BREAKING
Loading...
:

ସାହିତ୍ୟିକମାନେ ଜଗତ୍ କଲ୍ୟାଣକାମୀ ହୁଅନ୍ତୁ : ସୀମାନ୍ତ ନଟରାଜ

 ସାହିତ୍ୟିକମାନେ ଜଗତ୍ କଲ୍ୟାଣକାମୀ ହୁଅନ୍ତୁ : ସୀମାନ୍ତ ନଟରାଜ



ବ୍ରହ୍ମପୁର, -:

           ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ "ଉତ୍କଳିକା"ର ଏକବିଂଶ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ : ୨୦୨୫ ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ପରିସରସ୍ଥ ଭାଷା ଭବନ ପ୍ରକୋଷ୍ଠ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ. ବନମାଳୀ ପାଣିଗ୍ରାହୀ ମୂଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳି ଓ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯୋଗଦେଇ ବିନା ଆଶ୍ରୟରେ ସାରସ୍ୱତ କର୍ମ ତିଷ୍ଠି ରହିବା ଏକ ଦୁଷ୍କର ବ୍ୟାପାର ବୋଲି ମତବ୍ୟକ୍ତ କରିଥିଲେ। ଅତିଥିମାନଙ୍କ ଦ୍ୱାରା ନୂଆ ବର୍ଷ କ୍ୟାଲେଣ୍ଡର ଲୋକାର୍ପିତ କରାଯାଇଥିଲା।କବି ସୁଶାନ୍ତ କୁମାର କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଦ୍ମିନୀ ମିଶ୍ର ଏବଂ ସୁନୀଲ କୁମାର ପ୍ରଧାନଙ୍କ ସୁନ୍ଦର ସଂଯୋଜନା କ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ବିଶେଷତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବହୁ କବି-କବୟିତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

           କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ବାର୍ଷିକୋତ୍ସବ ପାଳିତ ହୋଇଥିଲା। ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ସାରସ୍ୱତ ସ୍ରଷ୍ଟାମାନେ ଜଗତ୍କଲ୍ୟାଣକାମୀ ହେବା ନିମନ୍ତେ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ସଭାପତି ଇଂ. ବିଚିତ୍ରାନନ୍ଦ ମୁନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବାଗ୍ମୀ ଡଃ. ପୁରୁଷୋତ୍ତମ ମିଶ୍ର ମୂଖ୍ୟ ଅତିଥି, ନାଟ୍ୟକାର ଇଂ. ଯାମିନୀକାନ୍ତ ଦାସ ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କବି ସୁଶାନ୍ତ ଦାଶ, ସାହିତ୍ୟିକା କୃଷ୍ଣାଞ୍ଜଳି ଦାଶ, ନାଟ୍ୟକାର ଇନ୍ଦ୍ରମଣି ବାରିକ, ଅଧ୍ୟାପକ ସୁବାଷ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଭାଷା-ସାହିତ୍ୟର ଅଭିବୃଦ୍ଧିରେ ପାଠକ-ପାଠିକାଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ ହେତୁ ଆମକୁ ପାଠକ ସୃଜନ ପ୍ରାୟସୀ ହେବା ନିତାନ୍ତ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଶଙ୍କର୍ଷଣ ତ୍ରିପାଠୀଙ୍କ ଶିଶୁ ସାହିତ୍ୟ ପୁସ୍ତକ "ଆସ ଆମେ ପଢିବା" ଏବଂ ଅନୁଷ୍ଠାନର ମୁଖପତ୍ର " ଅଭିନଵ ଉତ୍କଳିକା"କୁ ଉନ୍ମୋଚନ କରାଯାଇଥିଲା। ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଅତିଥି ନିମନ୍ତ୍ରଣ ଓ ପରିଚୟ ପ୍ରଦାନ ଏବଂ ସାଧାରଣ ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ହେମନ୍ତ କୁମାର ପ୍ରଧାନ ମଙ୍ଗଳାଚରଣ ଏବଂ ଚନ୍ଦ୍ରିକା ଆବାସିକ ଶିଶୁ ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

           ଏହି ଅବସରରେ କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସଂଯୋଜନା ତଥା ସୁଶାନ୍ତ କର, ବି. ଗୋପାଳ ପାତ୍ର, ସୁଦର୍ଶନ ପାତ୍ରଙ୍କ ସହାୟତା କ୍ରମେ ସର୍ବଶ୍ରୀ ବିଦେଶୀ ନାୟକ, ପ୍ରମୋଦ କୁମାର ରାଉଳ, ସନ୍ନିଭା ମିଶ୍ର ଦାଶ, ବାବୁଲାଲ ପଲେଇ, ଘନଶ୍ୟାମ ଜେନା, ଲିଙ୍ଗରାଜ ଜେନା, ସୁଦ୍ଧାଞ୍ଜଳି ମିଶ୍ର, ଜ୍ୟୋତ୍ସ୍ନାରାଣୀ ଦେବୀ, ଲଷ୍ମୀ ଆମ୍ମା ନନ୍ଦଡା, ସରୋଜିନୀ ମିଶ୍ର, ପାରଦ କୁମାର ପାଢ଼ୀ, ବୃନ୍ଦାବନ ପଣ୍ଡା,ଗାୟତ୍ରୀ ରଥ ଷଡ଼ଙ୍ଗୀ, ସନ୍ତୋଷ କୁମାର ଜେନା, ଜ୍ୟୋତ୍ସ୍ନା ପାଣି, ଦୀପଶିଖା ନାୟକ, ରବୀନ୍ଦ୍ର ନାଥ ଯୋଶୀ, ବୃନ୍ଦାବନ ମେହେର,ଶଙ୍କର କୁମାର ସୁବୁଦ୍ଧି, ବସନ୍ତ ମିଶ୍ର, ଶ୍ରୀକାନ୍ତ ବାଗ, ଈଶ୍ବରୀ ବେହେରା, ସଦାକର କୁମ୍ଭାର, ଅଞ୍ଜୁଲତା କାର୍ଲୋ, ପ୍ରତିମା ସେଠ୍, ମଧୁସୂଦନ ବରିହା, ଗଙ୍ଗାଧର ସାହୁ, ସୀତାରାମ ସେଟ୍, ମେଘନାଦ ଖର୍ସେଲ୍,  ଦୀପକ ମହାପାତ୍ର ପ୍ରମୁଖ ପ୍ରଜ୍ଞା ଓ ପ୍ରତିଭାଦୀପ୍ତ ସାରସ୍ୱତ ସାଧକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରୁଦ୍ର ନାରାୟଣ ନାୟକ, କାମରାଜୁ ମହାରଣା, ରାଇ ରଞ୍ଜନ ନନ୍ଦ, ପଞ୍ଚାନନ ନାହାକ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଡଃ. ବିଜୟ ଚନ୍ଦ୍ର ମହାରଣା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS