BREAKING
Loading...
:

କୁଶୁର୍ଲା କପ୍ ଫୁଟବଲ୍ଟ,କର୍ଲା କୁ ହରାଇ ରଜାପଡ଼ା ଚାମ୍ପିଅନ

 **କୁଶୁର୍ଲା କପ୍ ଫୁଟବଲ୍ଟ,କର୍ଲା କୁ ହରାଇ ରଜାପଡ଼ା ଚାମ୍ପିଅନ**  



କଳାହାଣ୍ଡି: -/ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୂର୍ଲା ହରଗୌରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାର ଫୁଟବଲ୍ ଫାଇନାଲ ମ୍ୟାଚ ଅନଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚର  ଟକର୍ଲା ଓ ରଜାପଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଯାଇଥିଲା।ଏହି ଫାଇନାଲ ମ୍ୟାଚ୍ ରେ ଅତିଥି ଭାବେ କଳାହାଣ୍ଡି ଯୁବ ଅଧିକାରୀ ପ୍ରସନ୍ନ ମେହେର , ନର୍ଲା ବ୍ଲକ ଚେୟାରମେନ ଦୁର୍ଗା ପ୍ରସାଦ ମହାନ୍ତି । ଯୋରାଡବରା ସରପଞ୍ଚ ଉପସ୍ଥିତ ଥିବା ବେଲେ କୁଶୁର୍ଲା ଗ୍ରାମ ର ହରଗୌରି ଯୁବକ ସଂଘ ର ସମସ୍ତ କର୍ମ କର୍ତ୍ତା ଏବଂ କଳାହାଣ୍ଡି କୁଶୁର୍ଲା ମାଟିର ଗର୍ବ ସବୁବେଳେ ଚର୍ଚ୍ଚା ରହୁଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ୍ ସାହୁ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ଖେଳର ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୧-୧ ରେ ଶେଷ କରିଥିବାରୁ ଟ୍ରାଇବ୍ୟାକରେ ରଜାପଡ଼ା ଦଳ ବିଜୟୀ ହୋଇ ରଜାପଡା ଦଳ ଚାମ୍ପିଅନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହରଗୌରୀ ଯୁବକ ସଂଘ ସଭାପତି ଯୋଗେଶ ଚନ୍ଦ୍ର ଜାନୀ, ସମ୍ପାଦକ ସନ୍ତୋଷ ରଣା, ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS