କଳାପଥର ସରସ୍ବତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ
ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହାସମାରୋହ ରେ ପାଳିତ ହୋଇଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଧଳାପଥର ଫାଣ୍ଡିର ଭାରପ୍ରାପ୍ତ ଅଥିକାରୀ ଶୁଶାନ୍ତ କୁମାର ମଲ୍ଲିକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ସାହୁ ଓ ବାଙ୍କୀ -ଡମପଡା ଶାଖା ଓଡିଶା ଡିଜିଟାଲ ସଙ୍ଘ ସଭାପତି ସାମ୍ବାଦିକ ମାନସ ରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ, ଉତ୍ସବ ର ପ୍ରଥମ ଦିବସରେ 350 ଜଣ ପ୍ରତିଯୋଗୀ ଭାଗନେଇ ପ୍ରାୟ 10ଟି ବିଭାଗର କ୍ରୀଡା ହୋଇଥିଲା. ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ରାଉତ ଓ ସମସ୍ତ ଗୁରୁଜୀଗୁରୁମା ଉକ୍ତ ଖେଳକୁ ସୁ ପରିଚାଳନା କରି ପିଲାମାନଙ୍କ ର କ୍ରୀଡା ଫଳାଫଳ କୁ ଲିପିବଦ୍ଧ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment