ଭଦ୍ରକ ବିଜେଡି କନ୍ଦଳ: ମୁହଁ ଖୋଲିଲେ ଘଷିପୁରା ବିଧାୟକ
ଭଦ୍ରକ,-: ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି l ପଛପଟେ ଚୌକି ଆଶାରେ ଲାଗିପଡିଛନ୍ତି ସାନରୁ ବଡ଼ ନେତା l ଏହି ଅବସରରେ ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ। ଶେଷରେ ମୁହଁ ଖୋଲିଲେ ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି, ପ୍ରଫୁଲ୍ଲ ବାବୁ ସେମିତି ଲୋକ ନୁହଁନ୍ତି, ପୁଅ ହୁଏତ ସେମିତି କରିଥାଇ ପାରନ୍ତି। କିନ୍ତୁ ପ୍ରଫୁଲ୍ଲ ବାବୁ ଆଉ ସ୍ଥିତି ନିୟନ୍ତ୍ରଣ କରି ପାରିବା ଭଳି ଲାଗୁନି ବୋଲି ବଦ୍ରି କହିଛନ୍ତି।
ଭଦ୍ରକ ଜିଲାରେ ଇସ୍ତଫା ପର୍ବ ଚାଲିଥିଲା ବେଳେ ସୋମବାର ବିଜେଡି ସମର୍ଥିତ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ବିଜେଡିରୁ ଇସ୍ତଫା ଦେଇଥିଲେ । ଅନ୍ୟମାନଙ୍କ ପରି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କର ଇସ୍ତଫା ପତ୍ର ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କୁ ପଠାଇଥିଲେ । ପୂର୍ବରୁ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ଅଧକ୍ଷାଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ବିଶ୍ୱାଳ ଇସ୍ତଫା ପ୍ରଦାନ କରିବା ଜିଲା ରାଜନୀତିକୁ ସରଗରମ କରିଛି । ଜିଲାରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇଯାଇଛି । ଜିଲାର ସମସ୍ତ ୭ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା । କିନ୍ତୁ ଏକାଥରେ ୪ ବ୍ଲକ ଅଧ୍ୟକ୍ଷ ଓ କିଛି କର୍ମକର୍ତ୍ତାଙ୍କ ଇସ୍ତଫା ବିଜେଡିକୁ ଦୁର୍ବଳ କରିଦେବ ବୋଲି ଆଲୋଚନା ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment