BREAKING
Loading...
:

ବୈଦ୍ୟେଶ୍ୱର ଦିଶା ଷ୍ଟାଡିଅମରେ ସାଂସଦ ଖେଳ ମହୋତ୍ସବ

 ବୈଦ୍ୟେଶ୍ୱର ଦିଶା ଷ୍ଟାଡିଅମରେ ସାଂସଦ ଖେଳ ମହୋତ୍ସବ                        



 ବାଙ୍କୀ, 4/12(ମାନସ ରଞ୍ଜନ ସାହୁ):ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ଦିଶା ମିନିଷ୍ଟାଡିୟମ ଖେଳ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି କଟକ ସାଂସଦ  ଖେଳ ମହୋତ୍ସବ।ବୈଦେଶ୍ୱର ପଞ୍ଚାୟତର ସରପଞ୍ଚ  ସୁରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ବାଙ୍କୀ ବ୍ଲକ ସାଂସଦଙ୍କ ପ୍ରତିନିଧି ଜୟନ୍ତ କୁମାର ବେଉରାଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥିଭାବେ ବୈଦେଶ୍ୱର ଥାନାର ଆଇ ଆଇସି ସଞ୍ଜୟ କୁମାର ଜେନା,ମୁଖ୍ୟବକ୍ତା ଭାବେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇ ଥିଲେ. ଅନ୍ୟମାନଙ୍କ ମଧ୍ୟରେ କଳାପଥର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର,ବିଜୟ ବରାଡ଼,ପ୍ରତିନିଧି ଚନ୍ଦନ ମହାପାତ୍ର,ଅଜୟ କୁମାର ପଣ୍ଡା ଏବଂ ସଂପାଦକ ପ୍ରମେଶ୍ୱର ସାହୁ,ସମୀର ଗଡ଼ନାୟକଙ୍କ ଅନେକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଉକ୍ତ ଖେଳକୁ ପରିଚାଳନା କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS