BREAKING
Loading...
:

ସରିଲା କଳିଙ୍ଗ ପୁସ୍ତକ ମେଳା ୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ପୁସ୍ତକ ବିକ୍ରି

 ସରିଲା କଳିଙ୍ଗ ପୁସ୍ତକ ମେଳା 


୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ପୁସ୍ତକ ବିକ୍ରି 



ଭୁବନେଶ୍ୱର : ପ୍ରଦର୍ଶନୀ ପଡିଆ ଠାରେ ୧୦ ଦିନ ବ୍ୟାପୀ ଚାଲିଥିବା କଳିଙ୍ଗ ପୁସ୍ତକ ମେଳା  ଉଦଯାପିତ ହୋଇଯାଇଅଛି ।  ସାରା ଦେଶରୁ ଆସିଥିବା ପ୍ରାୟ ୨ ଶହରୁ ଉର୍ଦ୍ଧ ପୁସ୍ତକ ପ୍ରକାଶକ ବିତରକ ଓ ବିକ୍ରେତା ମାନେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର କାରବାର କରିଚନ୍ତି । ଶେଷ ଦିନରେ ସ୍ଵତନ୍ତ୍ର ରିହାତି ଦିଆଯାଉଥିବାରୁ  ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବହି ଷ୍ଟଲ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା । ବିଶେଷ କରି ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ବିପୁଳ ପରିମାଣରେ ପୁସ୍ତକ କ୍ରୟ କରୁଥିବାର ଦେଖାଯାଇଥିଲା । 


ପୁସ୍ତକ ମେଳା ମଞ୍ଚରେ ଶିଳାଶ୍ରୀ ପ୍ରକାଶନ ସଂସ୍ଥା ପକ୍ଷରୁ ସାରସ୍ଵତ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ମୁଖ୍ୟ ବାସନ୍ତୀ ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।


ତା ପୁର୍ବରୁ ମଞ୍ଚରେ ଆଧ୍ୟାତ୍ମିକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା  । ଯେଉଁଥିରେ ସାରା ଓଡ଼ିଶାରୁ ପ୍ରାୟ ୩୦ ରୁ ଉର୍ଦ୍ଧ କବି ଭାଗନେଇ ସ୍ବରଚିତ ଆଧ୍ୟାତ୍ମିକ କବିତା ପାଠ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS