ବାଲୁଗାଁ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଶ୍ଵ ଏଡ୍ସ ଦିବସ ପାଳନ
ରିପୋର୍ଟ: ଚିଲିକା ରୁ ସଂଗ୍ରାମ ରଣା
ଚିଲିକା (ମଣିଭଦ୍ରା ଖବର ) ବିଶ୍ଵ ଏଡ୍ସ ଦିବସ ୨୦୨୫ ଉପଲକ୍ଷେ ଲିଙ୍କ ୱର୍କର ସ୍କିମ୍ ପ୍ରକଳ୍ପ,କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଙ୍ଗ ୱିଥ ଏଚ ଆଇ ଭି / ଏଡ୍ସ ଏବଂ ଓ ସା କ୍ସ ତତତ୍ଵାବଧାନରେ ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଶ୍ଵ ଏଡ୍ସ ଦିବସ ପାଳନ କରାଯାଇଅଛି ଯାହାର ଏହି ବର୍ଷ ର ପ୍ରସଙ୍ଗ ହେଉଅଛି "ବାଧାବିଘ୍ନକୁ ଅତିକ୍ରମ କରି, ଏଡ଼ସ ପ୍ରତିକ୍ରିୟାରେ ପରିବର୍ତ୍ତନ ଆଣିବା"। ମହାବିଦ୍ୟାଳୟ ର ଅଧକ୍ଷା ଦାୟିତ୍ୟରେ ଥିବା ମୋନାଲିଶା ମାଡାମ, ଛାତ୍ର ଛାତ୍ରୀ , କେ ଏନ୍ ପି ପ୍ଲସ ର କର୍ମକର୍ତ୍ତା ଏବଂ ଏଚ୍ ଆଇ ଭି ଗୋଷ୍ଠୀ ଅନୁଷ୍ଠାନ ର ସଭ୍ୟ ସଭ୍ୟା ମାନେ , କେ ଏନ୍ ପି ପ୍ଲସ ର ସଭାପତି ପ୍ରଭାସିନୀ ପ୍ରଧାନ, କେ ଏନ ପି ପ୍ଲସ ର ଫାଉଣ୍ଡର ଇଂ. ଶ୍ରୀ ଅଜୟ କୁମାର ପାତ୍ର, , ଆଇ ସି ଟି ସି କାଉନସିଲର ମେନକା ବେହେରା, ଏଲ୍ ଟି ନୃସିଂହ ଚରଣ ରଥ ଏବଂ ଅନ୍ୟ ଅତିଥି ଙ୍କ ଉପସ୍ଥିତି ରେ ସକାଳ ୦୯ ଘଟିକା ସମୟରେ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ବାଲୁଗାଁ ମେଡିକାଲ ପରିକ୍ରମା କରି ପୁନଶ୍ଚ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସି ଏକ ଜନସଚେତନ ପଦ ଯାତ୍ରା କରିବା ପରେ ମହାବିଦ୍ୟାଳୟରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା । ଉକ୍ତ ସଭାରେ ଈଂ ଅଜୟ କୁମାର ପାତ୍ର ଏ ବର୍ଷ ର ବିଷୟ ବସ୍ତୁ "ବାଧାବିଘ୍ନକୁ ଅତିକ୍ରମ କରି, ଏଡ଼ସ ପ୍ରତିକ୍ରିୟାରେ ପରିବର୍ତ୍ତନ ଆଣିବା" ଉପରେ ଅଭିଭାଷଣ ଦେଇଥିଲେ ଏବଂ ଏଚ୍ ଆଇ ଭି / ଏଡ୍ସ କୁ ରୋକିବାରେ ଏବଂ ଏଚ୍ ଆଇ ଭି ଗୋଷ୍ଠୀ ସମୂହ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସମ୍ବନ୍ଧ ରେ ଅବଗତ କରି ଥିଲେ।
କେ ଏନ୍ ପି ପ୍ଲସ୍ ର ସଭାପତି ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ଏଚ୍ ଆଇ ଭି ଏବଂ ଏଡ୍ସ ସମ୍ବନ୍ଧ ରେ ସମ୍ପୂର୍ଣ ସଠିକ୍ ସୂଚନା ଦେବା ସହିତ ଅଧିକ ଜାଣିବା ପାଇଁ ବିନା ଶୁଳ୍କ ଟେଲି ଫୋନ ନଂ ୧୦୯୭ କୁ ଫୋନ କରିବା ପାଇଁ ଅନୁରୋଧ କରିଥିଲେ। ମହାବିଦ୍ୟାଳୟ ରେ ଏଚ ଆଇ ଭି ଏବଂ ଏଡ୍ସ ଉପରେ ହୋଇଥିବା ଡ୍ରଇଂ ,କୁଇଜ୍ ଏବଂ ରଚନା ପ୍ରତିଯୋଗିତା ରେ କୃତି ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଧୋବୀ ଚରଣ ପରିଡା ସଭା ପରିଚାଳନା କରିଥିଲେ,NS S ର ମୁଖ୍ୟ ଶ୍ରୀମତୀ ରିନା ମାଡାମ, Y R C ମୁଖ୍ୟ ମନସ୍ଵିନୀ ମାଡାମ ଏବଂ କେ ଏନ୍ ପି ପ୍ଲସ , ଲିଙ୍କ ୱାର୍କର ପ୍ରକଳ୍ପ ର ଡି ଆର୍ ପି ଶ୍ରୀ ଶଶିକାନ୍ତ ବରାଳ ଏବଂ ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକ ର ସୁପର ଭାଉଜର ଶ୍ରୀ ସୁବ୍ରତ କୁମାର ସ୍ବାଇଁ ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ଦାଶ ଏବଂ ସମସ୍ତ କ୍ଳଷ୍ଟର ଲିଙ୍କ ୱାର୍କର ମାନଙ୍କ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟ କର୍ମ ସଫଳ ରୂପ ହୋଇଥିଲା । ଶେଷରେ ଶ୍ରୀ ଶଶିକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।


Post a Comment