BREAKING
Loading...
:

ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର

 



*ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର । ମନମୋହନ ଗଢ଼ିଲେ ନୂଆ ଯୁବ ଟିମ୍ । କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ । ବାକି ସବୁ ପରିବର୍ତ୍ତନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନୂଆ ଟିମ୍ ଗଢ଼ିଛନ୍ତି । ବିଜେପିର ବିଭିନ୍ନ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ମହିଳା ଓ ଯୁବ ମୋର୍ଚ୍ଚା ସଭାପତି ପୁଣି ଭରସା କରିଛି ଭାରତୀୟ ଜନତା ପାର୍ଟି। ଅଭିଳାଷ ପଣ୍ଡା ପୁଣି ହେଲେ ଯୁବ ମୋର୍ଚ୍ଚା ସଭାପତି । ସେହିଭଳି ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି । କୃଷକ ମୋର୍ଚ୍ଚା ସଭାପତି ହେଲେ ଶୁଭ୍ରାଂଶ ପାଢ଼ୀ। ଏସ୍‌ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ । ଏସ୍‌ଟି ମୋର୍ଚ୍ଚା ସଭାପତି ହେଲେ କାନ୍ଦରା ସୋରେନ୍ । ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି ନିଯୁକ୍ତ ଦିଆଯାଇଛି । ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଗୁରୁଦାୟିତ୍ବ ମିଳିଛି । ବିଜେପି ସେଲ ଇନ୍ ଚାର୍ଜ ଭାବେ  ରଞ୍ଜନ କୁମାର ପଟେଲ, ରାଜ୍ୟସଭା ସଂସଦ ସୁଜିତ୍ କୁମାର ଓ ସୁଦିପ୍ତ କୁମାକ ରାୟଙ୍କୁ ଦାୟିତ୍ବ ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS