ବାହାନଗା ହାଇସ୍କୁଲ ର ପିଛା ଛାଡ଼ୁନି ବିବାଦ
ଚତୁର୍ଥ ଶ୍ରେଣୀ ଛାତ୍ର ର ହାତ ଗୋଡ଼ ବନ୍ଧା ଘଟଣା ଏବେ ଚର୍ଚ୍ଚାରେ
ପୋଲିସ କରୁଛି ଛାନଭିନ
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ହେଡ଼ କ୍ୱାଟର ସ୍କୁଲ ବାହାନଗା ହାଇସ୍କୁଲ ର ପିଛା ଛାଡ଼ୁନି ବିବାଦ l ପ୍ରତି 15 ଦିନ ଅନ୍ତରରେ ଘଟୁଛି ଅଘଟଣ l 6/12/25ଶନିବାର ଦିନ ସ୍କୁଲ ଛୁଟି ପରେ ଘଟିଛି ଏକ ହୃଦୟବିଦାରକ ଘଟଣା l ବାହାନଗା ହାଇସ୍କୁଲ ରେ ଅଧୟନ କରୁଥିବା ଏକ ଚତୁର୍ଥ ଶ୍ରେଣୀ ର ଛାତ୍ର, ସ୍କୁଲ ଛୁଟି ପରେ ନିଜ ଜ୍ୟାକେଟ କୁ ସ୍କୁଲ ହତା ପରିସରରେ ଛାଡି ଯାଇଥିଲେ l ପୁନଃଶ୍ଚ ନେବାକୁ ଆସିବା ସମୟରେ ୨ ଜଣ ଦୁର୍ବୁର୍ତ୍ତ ବାଇକ ଯୋଗେ ଆସି ପିଲାଟିକୁ ଗାଳିଗୁଲଜ କରିବା ସହିତ, ଛାତ୍ର ଙ୍କ ବୁଟ ଲେସ ରେ ଗୋଡହାତ ବାନ୍ଧି ସ୍କୁଲ ପଛପଟେ ଥିବା ବଣ ଭିତରକୁ ନେଇ ମୁହଁରେ କପଡା ବାନ୍ଧି ଏକ ଲୁହା ପାଇପ ରେ ବାନ୍ଧି ଫେରାର ହୋଇ ଯାଇଥିଲେ l ପିଲାଟି ଦିନ 12 ଟା ଠାରୁ ବନ୍ଧା ହୋଇ ବଣ ଭିତରେ ପଡ଼ି ରହିଥିଲା l ମୁଁହ ବନ୍ଧା ହୋଇଥିବାରୁ ଚିତ୍କାର କରି କାହାକୁ ଡାକି ପାରୁ ନ ଥିଲା l ଅପରାହ୍ଣ ସମୟରେ ସ୍ଥାନୀୟ ପିଲା ହାଇସ୍କୁଲ ପଡିଆ କୁ ଖେଳିବାକୁ ଆସିଥିଲେ l ଖେଳୁଥିବା ଅବସ୍ଥା ରେ ବଲ ଟି ବୁଦା ଭିତରକୁ ଚାଲି ଯାଇ ଥିଲା l ବଲ ଖୋଜିବା ବେଳେ ଛାତ୍ର ଜଣକ ବନ୍ଧା ହୋଉ ପଡ଼ି ଥିବାର ଦେଖି ତାକୁ ଉଦ୍ଧାର କରିଥିଲେ l ପିଲାଟିକୁ ଦିନସାରା ଖୋଜୁଥିବା ଅଭିଭାବକ ପିଲାଟିକୁ ଏ ଅବସ୍ଥାରେ ପାଇଁ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଖନ୍ତାପଡ଼ା ଥାନାଧିକାରୀ ଓ ଷ୍ଟାଫ ସଂଗେସଂଗେ ଘଟଣା ସ୍ଥଳରେ ପହଂଚି ଛାନଭିନ ଜାରୀ ରଖିଥିଲେ l ସ୍କୁଲ ଖୋଲିବା ପରେ ପିଲାଟି ର ଅଭିଭାବକ ଓ ସ୍ଥାନୀୟ କିଛି ନେତା ସ୍କୁଲ କୁ ଯାଇ ପ୍ରଧାନଶିକ୍ଷକ ଙ୍କୁ ଏହି ଘଟଣା ବିଷୟରେ ଅବଗତ କରି ଥିଲେ l ପ୍ରଧାନଶିକ୍ଷକ ସ୍କୁଲ ଛୁଟି ପରେ ଏହି ଘଟଣା ଘଟି ଥିବାରୁ ଏବଂ ପୋଲିସ ଛାନଭିନ କରୁଥିବାରୁ ସ୍କୁଲ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିବା ପରେ ଘଟଣା ଶାନ୍ତ ପଡିଥିଲା l ଏବେ ଦେଖିବାକୁ ବାକି ରହିଲା ଖନ୍ତାପଡ଼ା ପୋଲିସ ଦୁର୍ବୁତ୍ତ ଙ୍କୁ ଧରିବାରେ କେବେ ସଫଳ ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment