BREAKING
Loading...
:

ବିଶ୍ବ ଏଡସ ଦିବସ ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ

 ବିଶ୍ବ ଏଡସ ଦିବସ ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ 



ଗଣିଆ ୧/୧୨(ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ବ ଏଡସ ଦିବସ ଏବଂ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଏସଡିପିଓ ମଦନମୋହନ ପ୍ରଧାନ,ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା,ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବାଘେର ପ୍ରମୁଖ ମଞ୍ଚାସୀନ ଥିଲେ । ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ ଦିବସ ରୂପେ ପାଳନ କରାଯାଉଥିବାରୁ ଏଡସର ଭୟାବହତା,ନିରାକରଣ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଡସ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନଆସିବାକୁ ସେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏସଡିପିଓ ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀ ମାନେ ସାଇବର ଠକେଇ ଠାରୁ ଦୂରେଇ ରହିବାକୁ ସଚେତନ କରିଥିଲେ । ଠକେଇର ଶିକାର ହେଲେ ତୁରନ୍ତ ଥାନାରେ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ । ଏପରିକି ଛାତ୍ର ଛାତ୍ରୀ ମାନେ ଗ୍ରାମରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ସଚେତନ କରିବାକୁ ଥାନା ଅଧିକାରୀ ଜଣାଇଥିଲେ । ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS