BREAKING
Loading...
:

ପାଣି ପାଇଁ ଲୋକେ ଡହଳ ବିକଳ,ନେତା, ଯନ୍ତ୍ରୀ, ଅଧିକାରୀ, ମାଲେମାଲ୍,ବଲାଙ୍ଗୀର ଭୁତଳ ଜଳ ବିଭାଗରେ ଅନୈତିକ ଅବହେଳା ବିରୋଧରେ ଧାରଣା! ଦୟୀ କିଏ ?

 ପାଣି ପାଇଁ ଲୋକେ ଡହଳ ବିକଳ,ନେତା, ଯନ୍ତ୍ରୀ, ଅଧିକାରୀ, ମାଲେମାଲ୍,ବଲାଙ୍ଗୀର ଭୁତଳ ଜଳ ବିଭାଗରେ ଅନୈତିକ ଅବହେଳା ବିରୋଧରେ ଧାରଣା! ଦୟୀ କିଏ ?



ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ରେ ମଦ ବୋତଲ ପଡ଼ି ରହି ଥିବା ସରକାରୀ କାର୍ଯ୍ୟାଳୟ ରେ ଅଧିକାରୀ ,କର୍ମଚାରୀ ମାଲେ,ମାଲ ହୋଇ ଆସୁଥିବା କାହାକୁ ଅର୍ଥ ବଳରେ ଖାତିର କରୁ ନ ଥିବା ବେଳେ ଖବର ପ୍ରକାଶ ପାଇଥିଲା । ପୁନଃ ଭୁତଳ ଜଳ ବିଭାଗରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଆସୁଥିବା ଅନୈତିକ ଅବହେଳା, ଶୋଷଣ ଓ ଅଧିକାରୀମାନଙ୍କ ଦାୟିତ୍ୱହୀନ ଆଚରଣ ବିରୋଧରେ ଆଜି ବଲାଙ୍ଗୀର ଜିଲ୍ଲା ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ।


ଏହି ଧାରଣା ତପନ କୁମାର ହୋତାଙ୍କ ନେତୃତ୍ୱରେ ହେଉଛି, ଯିଏ ଭୁତଳ ଜଳ ବିଭାଗର ଏକ Consultant ଭାବେ କାର୍ଯ୍ୟରତ । ତାଙ୍କ ଅଭିଯୋଗ ଅନୁସାରେ, ଡିଭିଜନାଲ ଓ ଖଣ୍ଡିୟ ଅଧିକାରୀମାନେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନରେ ଦୀର୍ଘଦିନ ଧରି ଅବହେଳା କରୁଛନ୍ତି ଏବଂ ଏହାର ନିଜସ୍ୱ ଲାଭ ପାଇଁ ବିଳମ୍ବ କରାଯାଉଛି ।


ସେ ଆହୁରି କହିଛନ୍ତି ଯେ, ୨୦୨୫ ଜୁଲାଇ ୨ରେ ଡାଇରେକ୍ଟରଙ୍କ ଦ୍ୱାରା ଦିଆଯାଇଥିବା ଲିଖିତ ପ୍ରତିଶୃତି ଅନୁସାରେ ୧୫ ଦିନ ଭିତରେ ସମସ୍ୟା ସମାଧାନ କରାଯିବା କଥା ଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ହେବାରୁ ହିତାଧିକାରୀମାନେ ବିକଳ୍ପ ନ ଦେଖି ଧାରଣାରେ ବସିଛନ୍ତି ।


ଏ ନେଇ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଦାୟୀ କି ?


ଏ ଦିଗରେ କଣ ସମାଧାନ କିଛି ସମ୍ଭବ ନୁହେଁ ତିନି ମାସ ଲାଗିଯିବ ,ଆଉ ମସେ କହି ଜିଲ୍ଲା ରେ ଦିନ ଗଡ଼େଇ ଚାଲିଥିବା ସାର ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS