ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ
" ପିତାମାତାଙ୍କୁ ଶିଶୁ କର୍କଟ ରୋଗ ଉପରେ ସଚେତନ କରିବା ସହ ଶିଶୁମାନଙ୍କୁ ସବୁଜ ପରିବା ଖୁଆନ୍ତୁ, ଜଙ୍କଫୁଡ୍ରୁ ଦୂରରେ ରଖନ୍ତୁ,
ଶିଶୁ କର୍କଟ ମୁକ୍ତ ଭାରତ ଗଠନରେ ସହଯୋଗ କରନ୍ତୁ"
ବ୍ରହ୍ମପୁର: ସ୍ଥାନୀୟ ବ୍ରହ୍ମା ନଗରସ୍ଥିତ ପ୍ରଥମ ସରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ ସହ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ରେଡ୍ ରୋଜ ଚିଲଡ୍ରେନ ଫେଷ୍ଟିଭାଲ -୨୦୨୫ ସ୍ଥାନୀୟ ସରକାରୀ ଆଇ ଟି ଆଇ ପ୍ରେକ୍ଷାଳୟ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି। ଏହି ଅବସରରେ ଏକ ଛଅ ବର୍ଷ ର ଶିଶୁ କର୍କଟ ରୋଗୀ ସାଇ ବେହେରା ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବି.ଏମ୍.ଇ.ସି. ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ,ବିଶ୍ଵ ହିନ୍ଦୁ ପରିଷଦ ଗଂଜାମ ଜିଲ୍ଲା ସଭାପତି ଅଜିତ କୁମାର ମହାପାତ୍ର, ଏମ କେ ସି ଜି ମେଡିକାଲ୍ କଲେଜ ଓ ହସପିଟାଲ ର ଚେଷ୍ଟ ଏଣ୍ଡ ଟିବି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ପ୍ରୀୟଜିତ୍ ଜେନା ଓ ମହାନ ସଂଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ କର୍କଟ ରୋଗୀ ସାଇ ବେହେରାଙ୍କୁ ସମ୍ନାନିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା।କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଦର୍ଶକଙ୍କୁ ଅବଗତ କରିବା ସହ ଶିଶୁମାନଙ୍କୁ ସବୁଜ ପରିବା ଖୁଆନ୍ତୁ, ଜଙ୍କଫୁଡ୍ରୁ ଦୂରରେ ରଖନ୍ତୁ,ଶିଶୁ କର୍କଟ ଉପରେ ସଚେତନ କରି ଶିଶୁ କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର ସହ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ
ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ବ୍ରହ୍ମପୁର ଓ ନିକଟସ୍ଥ ଦଶ ଗୋଟି ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ଦେବରାଜ ରାଉତ, ସଂଜୟ ରଥ,ଅନିଲ କୁମାର ସେଠୀ,,ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ,ପରମାନନ୍ଦ ପଣ୍ଡା,,ଧନଜୟ ପାଣିଗ୍ରାହୀ, ସଂଜୟ ପାତ୍ର, ଲିଙ୍ଗରାଜ ପଟ୍ଟନାୟକ,ଚର୍ଚ୍ଚିକା ଦାଶ ,ଚିନ୍ମୟାନନ୍ଦ ଦାଶ ଓ ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment