BREAKING
Loading...
:

ସାରଦା ଦେବୀ ପବ୍ଲିକ ସ୍କୁଲରେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା

 ସାରଦା ଦେବୀ ପବ୍ଲିକ ସ୍କୁଲରେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା



ସମ୍ବଲପୁର/ଗୋଡଭଗା: 


ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ସାରଦା ଦେବୀ ପବ୍ଲିକ ସ୍କୁଲ ପରିସରରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆନନ୍ଦମୟ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀମାନେ  ନିଜକୁ ଭିନ୍ନ ଭିନ୍ନ ବେଶଭୁଷାରେ ନିଜକୁ ସଜେଇ ଚିତ୍ତାକର୍ଷକ ଅଭିନୟ ପଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଜାତୀୟ ନାୟକ, ପ୍ରକୃତି ସୁରକ୍ଷା ଉପରେ ବହୁ ଶିକ୍ଷଣୀୟ ବାର୍ତ୍ତା, ସମାଜସେବା, ଖରାପ ଖାଦ୍ୟର ଜନଜୀବନରେ ପ୍ରଭାବ, ପୋଲିସ, ଡାକ୍ତର, ଶିକ୍ଷୟତ୍ରୀ, ଆର୍ମି ପ୍ରଭୁତି ଭୂମିକାରେ ଅଭିନୟ ମାନ ପଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶାରଦା ଦେବୀ ପବ୍ଲିକ ସ୍କୁଲର ନର୍ସରୀ, ଏଲକେଜି, ୟୁକେଜି ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍କୁଲ ଚେୟାରମ୍ୟାନ ସୌମ୍ୟ ରଞ୍ଜନ ସାମଲ  କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସମସ୍ତ ଶିକ୍ଷକ ଓ ଅଭିଭାବକମାନଙ୍କ ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS