ପୋଲିସ ବାବୁ ଙ୍କୁ ସାତ ଖୁନ ମାଫ
ବାଲେଶ୍ୱର, -:ବାଲେଶ୍ୱର ଜିଲ୍ଲାରେ ପ୍ରଶାସନ ଭାରି ତତ୍ପରତା ଦେଖାଇ ଥାଏ l ପୋଲିସ ବାବୁ ମାନେ ଗାଁ ଗହଳି ରେ ଗାଡି ଚେକିଂ କରି ବାଃ ବାଃ ଦେଖାନ୍ତି l ମାତ୍ର ବାଲେଶ୍ୱର ଷ୍ଟେସନ ଛକ ଟ୍ରାଫିକ ରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି l ଏଠି ରକ୍ଷକ ନିଜେ ଭକ୍ଷକ ସାଜୁଛି l ବାଲେଶ୍ୱର ପରିବହନ ବିଭାଗ ଏବଂ ବାଲେଶ୍ୱର ପୋଲିସ ବିଭାଗ ପ୍ରଥମେ ନିଜ ଷ୍ଟାଫ ମାନଙ୍କ ଗାଡିର କାଗଜପତ୍ର ଯାଞ୍ଚ କରିବା ଜରୁରୀ, ତା ପରେ ଜନ ସାଧାରଣ ଙ୍କ ଗାଡି ଯାଞ୍ଚ କରିବା ଆବଶ୍ୟକ l ଆମେ ଏଥିପାଇଁ କହୁଛୁ ବାଲେଶ୍ୱର ଷ୍ଟେସନ ଛକ ଟ୍ରାଫିକ ରେ ୨ ପୋଲିସ କର୍ମଚାରୀ, ଜଣେ ମହିଳା ଆଉ ଜଣେ ପୁରୁଷ କର୍ମଚାରୀ ଏକ ବାଇକ ଯୋଗେ ଯାଉଥିବା ଅବସ୍ଥା ରେ ଆମ ସାମ୍ବାଦିକ ତାଙ୍କ ଗାଡିର ନମ୍ବର ପ୍ଲେଟ ଫୋଟୋ ଉଠାଇ ସରକାରୀ ସ୍ୱୀକୃତିପ୍ରାପ୍ତ ବାହନ ଆପ ରେ ଦେଖିବା ପରେ ଜାଣିବାକୁ ପାଇଥିଲେ ନା ଗାଡିର ପୋଲ୍ୟୁସନ ଅଛି, ନା ଇନ୍ସୁରାନ୍ସ ଅଛି l ମାତ୍ର ଗାଡିଟି ରାସ୍ତାରେ ବେଫିକର ଭାବରେ ପୋଲିସ ବାବୁ ଆଉ ବାବୁଆଣୀ ନେଇ ଚାଲୁଛନ୍ତି l ଗାଡି ନମ୍ବର ଟି ହେଲା OD07 E 1193 l ଆପଣ ନିଜେ ଫୋଟୋ ରେ ଦେଖନ୍ତୁ କିପରି ଗାଡି ଟି ରାସ୍ତାରେ ଚାଲିଛି l ଏଠି ସାଧାରଣ ଲୋକଟିଏ ଗାଡି କାଗଜପତ୍ର ଠିକ କରି ରାସ୍ତା କୁ ଉଲ୍ହାଇ ଥିବା ବେଳେ, ପୋଲିସ ବାବୁ ଙ୍କ ଗାଡି କାଗଜ କାହିଁକି ଯାଞ୍ଚ ହେଉନି l ଏଥିପାଇଁ ଦାୟୀ କିଏ? ଯଥାଶୀଘ୍ର ବାଲେଶ୍ୱର ପରିବହନ ବିଭାଗ ଏବଂ ପୋଲିସ ବିଭାଗ ଗାଡିଟିର କାଗଜ ଯାଞ୍ଚ କରିବା ଜରୁରୀ l ସାଧାରଣ ଲୋକଟିଏ ସାମାନ୍ୟ ତ୍ରୁଟି ରେ ଫାଇନ ଦେଉଥିବା ବେଳେ, ଏ ପୋଲିସ ବାବୁ କେତେ ଫାଇନ ଦେଲେ ତାହା ସାର୍ବଜନୀନ କରିବା ଜରୁରୀ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment