BREAKING
Loading...
:

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା 2025 ଉଦଘାଟିତ ।

 ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା 2025 ଉଦଘାଟିତ ।



ଖୁଣ୍ଟା - ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡଫେଣି ଗ୍ରାମପଞ୍ଚାୟତ ରେ ପୂର୍ବାହ୍ନରେ ଉଦଘାଟିତ ହୋଇଛି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା 2025 .। ଉକ୍ତ ମେଳାକୁ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଗରୁ ଏହି ମେଳା ସବୁ ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଆସୁଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାଭିମୁଖୀ କରିବା ପାଇଁ ବ୍ଲକସ୍ତରରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଗ୍ରାମାଞ୍ଚଳରେ ଥିବା ଗରିବ ଦୁଃଖୀ ଚାଷୀ ଉକ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରୁ ଲାଭବାନ ହୋଇପାରିବେ । ଉକ୍ତ ମେଳାରେ ଖୁଣ୍ଟା ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ତିନି ଶହରୁ ଉର୍ଦ୍ଧ୍ବ ଚାଷୀ ଉକ୍ତ ମେଳାରେ ଯୋଗ ଦେଇ ଥିବାବେଳେ, ଚାଷୀ ଭାଇ ଭଉଣୀ ମାନଙ୍କୁ ସଫଳ ଚାଷୀ ହିସାବରେ ଉତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନାରେ  ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଛି । କୁକୁଡ଼ା ପାଳନ ରେ ଜଣେ ଚାଷୀ, ଗୋ ପାଳନରେ ଜଣେ, ଛେଳି ଚାଷରେ ଜଣେ, ମତ୍ସ୍ୟ ପାଳନ ରେ ଚାରି ଜଣ ଏବଂ ସୟଂ ସହାୟକ ଗୋଷ୍ଠୀ ତତଫରୁ ଜଣେ ଚାଷୀ ଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଛି। କାମଧେନୁ ଯୋଜନାରେ ଦୁଇ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ, ଉକ୍ତ ଯୋଜନା ଅନ୍ତର୍ଗତ ଗୋ ପାଳନ ରେ ଦୁଇ ଜଣ ଚାଷୀଙ୍କୁ ଲକ୍ଷାଧିକ ସାବସିଡି ଟଙ୍କାର ଚେକ୍ ପ୍ରଦାନ କରିଥିଲେ ବିଧାୟକ ଶ୍ରୀ ସରେନ।ଖୁବ ସୁନ୍ଦର ଭାବରେ B V O ଡକ୍ଟର ଧନଞ୍ଜୟ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା 2025 ରେ ମୁଖ୍ୟ ବକ୍ତା ଭାବେ ବିଭାଗୀୟ ଅଧିକାରୀ ଡକ୍ଟର କୁନ୍ଦନ କୁମାର ପଣ୍ଡା S D V O ଉଦଳା,ସମ୍ମାନିତ ଅତିଥି ଭାବେ ଖୁଣ୍ଟା ବ୍ଲକ ବିଡ଼ିଓ ଶ୍ରୀ ସତ୍ୟଜିତ ରାଉତ,A F O ଶ୍ରୀ ଶ୍ୟାମାକାନ୍ତ, ଡକ୍ଟର ସୁବଳ ଘୋଷ,  ଉପାଧ୍ୟକ୍ଷା ଶ୍ରୀମତୀ ଜବା କୀସ୍କୁ, ବଡଫେଣି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନିୟତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ର ଅନ୍ୟାନ୍ୟ ପି ଆର ଆଇ ମେମ୍ବର ମାନେ ମଧ୍ୟ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭାଗୀୟ ଯୋଜନା ଗୁଡିକ କିପରି ଲୋକାଭିମୁଖୀ ହୋଇ ପାରିବ ସେ ଦିଗରେ ଗୁରୁତ୍ବ ପ୍ରଦାନ କରି କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ସରେନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଶେଷରେ A F O ଶ୍ରୀ ଚିନ୍ମୟ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା କାର୍ଯ୍ୟ ସମାପନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS