BREAKING
Loading...
:

ବଡ ଧୁମଧାମ ରେ ଉଦଯାପିତ ହେଲା "କରମ" ମହୋତ୍ସବ।

 ବଡ ଧୁମଧାମ ରେ ଉଦଯାପିତ ହେଲା "କରମ" ମହୋତ୍ସବ। 




ଖୁଣ୍ଟା - ପ୍ରକୃତି ପୂଜକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଗଣ ପର୍ବ ଭାବେ ପାଳିତ ହୋଇଥାଏ । କରମ ଦେବତା ଯେ ପ୍ରତ୍ୟକ୍ଷ ଦେବତା ଏହି ଗଭୀର ବିଶ୍ୱାସର ସହିତ ଭାରତ ବର୍ଷର ବିହାର, ପଶ୍ଚିମ ବଙ୍ଗ,ଝାରଖଣ୍ଡ, ଓଡ଼ିଶା, ଛତିଶଗ଼ଡ, ଆସାମ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟ ମାନଙ୍କରେ ଏହି "କରମ" ଉତ୍ସବ ମହା ଆଡମ୍ବରରେ ସମାହିତ ହୋଇଥାଏ। ଖୁଣ୍ଟା ବ୍ଲକ ର ବିଭିନ୍ନ ପୁରପଲ୍ଲୀ ରେ ରାତି ସାରା ଏହି କରମ ଉତ୍ସବ ଖୁବ ଆନନ୍ଦ ଉଲ୍ଲାସର ସହିତ ମାଦଳ, ଢୋଲ ବଜାଇ ନାଚ ଗୀତରେ ମଜଗୁଲ ଥିଲେ ଉଭୟ ପୁରୁଷ ଏବଂ ମହିଳା।ବିଶେଷ କରି କୁଡୁମୀ, ବଗାଳ, କୁମ୍ଭାର, କମାର, ତନ୍ତୀ, ତେଲି ଆଦି କେତେକ ସଂପ୍ରଦାୟର ଲୋକମାନେ , ପ୍ରତ୍ୟେକ ବର୍ଷ ଭାଦ୍ରମାସର ଏକାଦଶୀ ତିଥିରେ ଏହି ପବିତ୍ର "କରମ" ପର୍ବ ପାଳନ କରିଥାନ୍ତି। କେଉଁଠି କେଉଁଠି ଏକାଦଶୀ ତିଥି ପୁର୍ବ ତିନି ଦିନ, ପାଞ୍ଚ ଦିନ ଏବଂ ସାତ ଦିନରୁ କୁମାରୀ କନ୍ୟା ମାନଙ୍କ ଦ୍ଵାରା ନିକଟସ୍ଥ ନଦୀ ପୋଖରୀ ରୁ ବାଲି ଉଠା ଯାଇଥାଏ । ଉକ୍ତ ବାଲିକୁ ଏକ ଡଲାରେ ରଖି ସେଥିରେ ସାତ ପ୍ରକାର ଡାଲି ଜାତୀୟ ଶସ୍ୟ ପକାଇ "ଯାୱା" ବା ଅଙ୍କୁର ସୃଷ୍ଟି କରାଯାଇଥାଏ। ଯାହା କୃଷି କାର୍ଯ୍ୟ ସୂଚାରୁ ରୁପେ କରିବା ସୂଚାଇ ଥାଏ।ଏକାଦଶୀ ତିଥି ପର୍ଯ୍ୟନ୍ତ ସକାଳେ ସନ୍ଧ୍ୟାରେ ସେହି ଜାୱା କୁ ଧୂପ ଦୀପ ଦେଇ ନାଚ ଗୀତରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ଏକାଦଶୀ ଦିନ ଉପବାସ ରହି ରୀତିନୀତି ଅନୁଯାୟୀ ବଣଜଙ୍ଗଲରୁ ଫଳ, ଫୁଲ ଏବଂ ପତ୍ର ସଂଗ୍ରହ କରିଥାନ୍ତି। ସନ୍ଧ୍ୟା ସମୟରେ ପୁର୍ବରୁ ଚିହ୍ନିତ ହୋଇଥିବା "କରମ" ଗଛରୁ ପୁଜା ଅର୍ଚ୍ଚନା କରି ଦୁଇଟି ଡାଳ କାଟି ସଭାଯତ୍ରା ରେ ଆଣି ପୁଜାସ୍ଥଳ (ଆଖଡ଼ା) ରେ ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତି । ଆରମ୍ଭ ହୁଏ କର୍ମୁ ଧର୍ମୁ ଆଧାରିତ କାହାଣୀ। ଯାହା ଯେମିତି କର୍ମ ସେମିତି ଫଳ ଶିକ୍ଷା ଦେଇଥାଏ। ଖୁବ ନିଷ୍ଠାର ସହିତ ଭଉଣୀ ଟିଏ ତାର ଭାଇର ମଙ୍ଗଳ କାମନା କରିଥାଏ । କର୍ତ୍ତା ନିଜ କୃଷି ର ଭଲ ଅମଳ ସହ ପରିବାରର ଏବଂ ସମାଜର ମଙ୍ଗଳ କାମନା କରିଥାନ୍ତି।ନିସନ୍ତାନ ସନ୍ତତି ଦମ୍ପତି ମାନସିକ କରିଥାନ୍ତି। ପ୍ରକୃତିକୁଭଲ ପାଇବା ଏବଂ ସୁରକ୍ଷାଦେବା ଏହି ମହାନ ପର୍ବ ପାଳନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ସକାଳେ ନାଚ ଗୀତ ମାଧ୍ୟମରେ ବିରାଟ ସଭା ଯାତ୍ରାରେ କରମ ଦେବତାଙ୍କୁ ନେଇ ନିକଟସ୍ଥ ନଦୀ ବନ୍ଧ ରେ ବିସର୍ଜନ ଦିଆଯାଇ, ଗୀତ ନାଚ ମାଧ୍ୟମରେ ଆଗାମୀ "ବାନ୍ଦଣା"ପର୍ବକୁ ଆବାହନ କରିଥିବା ଦେଖିବାକୁ ମିଳିଛି । ତାପରେ ଘରେ ବାସି ଭାତ ରେ ପାନ୍ନା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS