ଗୋଆ ମୁକ୍ତି ସଂଗ୍ରାମୀ ପୀର ପ୍ରସାଦ ପଟ୍ଟନାୟକ ଙ୍କ ଶ୍ରାଦ୍ଧୋତ୍ସବ
ବାଙ୍କୀ (ମାନସ ରଞ୍ଜନ ସାହୁ): ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରିପଡା ଗ୍ରାମର ଗୋଆ ସ୍ଵାଧୀନତା ସଂଗ୍ରାମୀ, ମାର୍କସବାଦୀ ନେତା, ବରିଷ୍ଠ ପତ୍ରକାର ବିପ୍ଳବୀ ପୀର ପ୍ରସାଦ ପଟ୍ଟନାୟକ ଙ୍କ 14 ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମସ୍ଥାନ ପଥୁରିପଡାସ୍ଥ ସରକାରୀ ମହାବେରେଣା ଉଚ୍ଚ ବିଦ୍ୟାଳୟ ରେ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁନୀଲ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂଜ୍ଯ ପୂଜା କାର୍ଯ୍ୟକ୍ରମରେ ତାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ଯ ଓ ଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ଯୋଗଦାନ କରି ଶିକ୍ଷାର ବିକାଶ ପାଇଁ ସ୍ଵର୍ଗତ ପୀର ପଟ୍ଟନାୟକ ମହାବେରେଣା ବିଦ୍ୟାପୀଠର ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବିଶଷ୍ଟ ସମାଜସେବୀ ବିଜୟ କୁମାର ପ୍ରତିହାରୀ, ମହାବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ, ଶିକ୍ଷାବିତ୍ ସୁରେଶ୍ଵର ବେହେରା, ହୃଦାନନ୍ଦ ପ୍ରହରାଜ, ମଧୁସୁଦନ ମିଶ୍ର, ବିଜୟଲକ୍ଷ୍ମୀ ବରାଳ ଯୋଗଦାନ କରି ସ୍ଵର୍ଗତ ପୀର ପଟ୍ଟନାୟକଙ୍କର ଗୋଆ ମୁକ୍ତି ଆନ୍ଦୋଳନ, ସାମ୍ବାଦିକତା ଓ ବାମପନ୍ଥୀ ଆନ୍ଦୋଳନ, ବାଲିମେଳା ରେ ଶ୍ରମିକ ସଂଗଠନ, ଚକବନ୍ଦୀ ଆନ୍ଦୋଳନ ସମ୍ପର୍କରେ ଆଲୋକ ପାତ କରିଥିଲେ। କାର୍ଯ୍ୟକ୍ରମରେ ସୁଵାସିନୀ ଦେବୀ, ସୌମ୍ଯ ରଂଜନ ତ୍ରିପାଠୀ, ଅନୁରାଧା ସାମନ୍ତରାୟ, ସୌଭାଗ୍ୟ ରଞ୍ଜନ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିକ୍ଷକ କୃପାସିନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ବାଙ୍କୀ
Post a Comment