BREAKING
Loading...
:

ଆସନ୍ତା ୫ ତାରିଖରେ ଗୁରୁ ଦିବସରେ ଅବସରରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକ

 ଆସନ୍ତା ୫ ତାରିଖରେ ଗୁରୁ ଦିବସରେ ଅବସରରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକ।



ଲାଞ୍ଜିଗଡ଼,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଛ ବିଦ୍ୟାଳୟ ଲାଞ୍ଜିଗଡ଼ର ୨ ଜଣ ଶିକ୍ଷକ ଶ୍ରେଷ୍ଠ ଶିକ୍ଷକ ଭାବେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ଵାତ୍ରା ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଛନ୍ତି।ପୂର୍ବବର୍ଷ ଶ୍ରେଷ୍ଠ ୧୦ ଜଣ ମଧ୍ୟରୁ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏହି ଶିକ୍ଷାବର୍ଷରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟର ସର୍ବଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ଗୌରବ ଅର୍ଜନ କରିଛନ୍ତି।ସେହିପରି ଉକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ନାଗେଶ୍ଵର ସା ମଧ୍ୟ ସଂସ୍କୃତ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟର ସର୍ବ ଶ୍ରେଷ୍ଠ ସଂସ୍କୃତ ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି।ଏହା ରାଜ୍ୟର ଏକମାତ୍ର ବିଦ୍ୟାଳୟ ଯେଉଁଠାରେ ୨ ଜଣ ଶିକ୍ଷକ ନିଜ ନିଜ ବିଷୟରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ଦ୍ଵାରା ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସରେ ଲୋକସେବା ଭବନ  ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହେବେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS