ଶିକ୍ଷୟତ୍ରୀ ସଶ୍ମିତା ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବାଙ୍କୀ (ମଣିଭଦ୍ରା ଖବର) ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୈଦ୍ୟେଶ୍ୱର ପାଟଣା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଶ୍ମିତା ବିଶ୍ୱାଙ୍କୁ ଗୁରୁଦିବସ ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଶ୍ରୀମତୀ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଉପସ୍ଥିତ ଥିଲେ। ଜିଲ୍ଲା ର 15 ଟି ବ୍ଲକର ଜଣେ ଲେଖାଏଁ ପ୍ରାଥମିକ ଶିକ୍ଷକ ପୁରସ୍କାର ପାଇଥିବା ବେଳେ ବାଙ୍କୀ ବ୍ଲକରୁ ଜଣେ ଶିକ୍ଷୟତ୍ରୀ ସଶ୍ମିତା ବିଶ୍ୱାଳ ପୁରସ୍କୃତ ହୋଇଛନ୍ତି।
ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବୈଦ୍ୟେଶ୍ୱର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପରିଡଙ୍କ ସ୍ତ୍ରୀ ଏବଂ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ପଂଚାୟତ ଗୁରୁପଡା ଗ୍ରାମର ଶିକ୍ଷକ ପରିବାର ବୋହୁ ବୋଲି ଖବର ମିଳିଛି. ତାଙ୍କର ଏହି ସଫଳତା ପାଇଁ ବାଙ୍କୀ ବିଧାୟକ ଙ୍କ ସହ ଅଞ୍ଚଳର ଶିକ୍ଷାବିତ ସହ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ
Post a Comment