ନୁଆଗଡ ବ୍ଳକରେ ସାମାଜିକ ସୁରକ୍ଷା ଜନଶୁଣାଣି ଅନୁଷ୍ଠିତ ।
ଗଜପତି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ମନରେଗା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ପ୍ରଶାସନ ଆଇଟିଡିଏଙ୍କ ପ୍ରତିନିଧି କେଦାର କୁମାର ସିଂ , ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବାବୁଲା ବିଶୋଇ, ଜିଲ୍ଲା ଆଇଏନଆରଏମ ସଂଯୋଜକ ଅମିୟ କୁମାର ବିଶ୍ବାଳ, ସ୍ଥାନୀୟ ବ୍ଳକ ସହକାରୀ ନିର୍ବାହୀ ଯନ୍ତୀ ପ୍ରଦ୍ୟୁମ୍ନ କୁମାର ଦାସ, ଅତିରିକ୍ତ ଜିପିଇଓ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ୨୦୨୪ ଅକ୍ଟୋବର ପହିଲାରୁ ୨୦୨୫ ମାର୍ଚ ୩୧ ପର୍ଯ୍ୟନ୍ତ ୧୯ଟି ଗ୍ରାମପଞ୍ଚୟତରେ ହୋଇଥିବା ବି ବିଭାଗଦ୍ବାରା ମନରେଗା କାର୍ଯର ସମୀକ୍ଷା ବିବରଣୀ ଏପିଓ ପାଠ କରିଥିଲେ । ବ୍ଳକକୁ ଦାଦନ ପ୍ରବଣ ବ୍ଳକ ଭାବେ ସରକାର ଘୋଷଣା କରିଥିଲେ । କିନ୍ତୁ ୩୦୦ ଦିନର କାମ ବଦଳରେ ୧୦୦ ଦିନ କାମ ମିଳୁଛି ବୋଲି ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ । ଏଥିସହ ଯୋଗାଣ ନିରୀକ୍ଷକ ବାଦଳ ସାମନ୍ତରାୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ବ୍ଳକର ୧୩୪୯୨ କାର୍ଡରେ ୫୦୯୧୭ ଜଣ ହିତାଧିକାରୀ ଉପକୃତ ହେଉଥିବା କହିଥିଲେ । ୪୭୦ ଜଣ କାର୍ଡ ନିମନ୍ତେ ଅନ୍ଲାଇନ୍ ରେ ଆବେଦନ କରିଛନ୍ତି । କାର୍ଯ୍ୟକ୍ରମରେ ଜଙ୍ଗଲ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, କୃଷି ବିଭାଗ, ସମସ୍ତ ସରପଞ୍ଚ, ସମିତିସଭ୍ୟ / ସଭ୍ୟା, କନିଷ୍ଠ ଯନ୍ତୀ, ପିଇଓ, ଜିଆରଏସ୍, ଭିଆରପି, ଗାଁସାଥି ଓ ଜନସାଧାରଣ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଖଜୁରୀପଦା ପିଇଓ ତଥା ଭାରପ୍ରାପ ଜିପିଇଓ ଓ ଏପିଓ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଜପତି
Post a Comment