BREAKING
Loading...
:

ନୟାହାଟ ବିଜେପି ମଣ୍ଡଳ ପକ୍ଷରୁ କେନ୍ଦ୍ରିୟ ସାଂସଦ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

 ନୟାହାଟ ବିଜେପି ମଣ୍ଡଳ ପକ୍ଷରୁ କେନ୍ଦ୍ରିୟ ସାଂସଦ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।



ଗୋପ  :- ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ  ବିଜେପି ମଣ୍ଡଳ ପକ୍ଷରୁ ବିଜେପି ନେତା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କ ନେତୃତ୍ବରେ କୋଣାର୍କ ଠାରେ କେନ୍ଦ୍ରରୁ ଆସିଥିବା  ଏକ ୪୦ ଜଣିଆ ସାଂସଦ ପ୍ରତିନିଧି ମାନଙ୍କୁ  ପୁଷ୍ପଗୁଚ୍ଛ ଦେଇ  ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।ପରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ।ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ସ୍ୱତନ୍ତ୍ର କଳା ସଂସ୍କୃତି ଉପରେ ଓଡିଶୀ ନୃତ୍ୟ ଓ ନାମ କୀର୍ତ୍ତନ କରି ସ୍ୱତନ୍ତ୍ର ପ୍ରୋସେସନ କରି ପାଛୋଟି ନେଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକ ବିଧାୟକ ଓଁମ ପ୍ରକାଶ ମିଶ୍ର ସହିତ ନୟାହାଟ ମଣ୍ଡଳର  ବିଜେପି ନେତା ବାନାମ୍ବର ବେହେରା , ନୟାହାଟ ମଣ୍ଡଳ , ରକ୍ତଉତ୍ପଳ ନାୟକ  ,ଦୀନକୃଷ୍ଣ ମହାନ୍ତି ,କ୍ଷୀରୋଦ କୁମାର ବେହେରା , ବାଲିକପିଳେଶ୍ୱର ମଣ୍ଡଳ ଗୋପି ସ୍ଵାଇଁ , ପ୍ରଫୁଲ ପରିଡା , ରାକେଶ ବିଶ୍ୱାଳ ( ଲକି ) ସହିତ ଶତାଧିକ ବିଜେପି ନେତା କର୍ମୀ ଉପସ୍ଥିତ ଥିଲେ ।  କେନ୍ଦ୍ରୀୟ ସାଂସଦ ପ୍ରତିନିଧି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିବାରୁ ନୟାହାଟ ବିଜେପି ମଣ୍ଡଳ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS