BREAKING
Loading...
:

ରାଜନୈତିକ ପଶାପାଲି ରେ ନିସ୍ବ ହୋଇଯାଇଛି ବାହାନଗା

 ରାଜନୈତିକ ପଶାପାଲି ରେ ନିସ୍ବ ହୋଇଯାଇଛି ବାହାନଗା




ବାହାନଗା, -:ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା ଅଞ୍ଚଳ ଏବେ ନିସ୍ଵ ହୋଇଯାଇଛି l ଏହି ଅଂଚଳ ରେ ଘୃଣ୍ୟ ରାଜନୀତି ଜୋରଦାର ଚାଲେ l ଗୋଷ୍ଠୀ ସଂଘର୍ଷ, ମାରପିଟ, ଗୁଣ୍ଡାଗର୍ଦୀ ରେ ଏଠିକାର କୁଜିନେତା ଓ ଚେଲା ଚାମୁଣ୍ଡା ବେଶ ସିଦ୍ଧହସ୍ତ l କିଛି ନ୍ୟର୍ଥସ୍ୱାର୍ଥ ବ୍ୟକ୍ତି ବିଶେଷ ଦୀର୍ଘ ସମୟ ଧରି ଏହି ଅଞ୍ଚଳ ର ଜନସାଧାରଣ ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ଶୋଷଣ କରି ଆସୁଛନ୍ତି l ବାହାନଗା ଅଂଚଳ ଟି ବ୍ଲକ ର ମୁଖ୍ୟ ସ୍ଥାନ ହୋଇଥିବା ବେଳେ, ଏଠି ବିକାଶ ର ନାମ ଗନ୍ଧ ନାହିଁ l ରାଜନୀତି କୁ ନେଇ ଗୋଷ୍ଠୀ କନ୍ଦଳ ଏଠିକାର କୁଜିନେତା ଙ୍କ ମୁଖ୍ୟ କାର୍ଯ୍ୟ l ଅଂଚଳ ର ବିକାଶ ନାମ ଧରି, ଜନ ସାଧାରଣ ଙ୍କୁ ମିଥ୍ୟା ଏବଂ ଭୁଲ ପ୍ରତିଶୃତି ଦେଇ ଶୋଷଣ କରିଚାଲିଛନ୍ତି l ଏହି ଅଞ୍ଚଳରେ ବହୁ ପୁରାତନ ସ୍କୁଲ ଟିଏ ଅଛି l ଯାହାକି ପୂର୍ବରୁ ବେଶ ନାମ ରଚିଥିଲା l ଏବେ କିନ୍ତୁ ଏହି ସ୍କୁଲ ମୁହାଁ ହୋଇପଡିଛନ୍ତି ଦୁଇ ବିରୋଧୀ ରାଜନୀତି ଗୋଷ୍ଠୀ l ଉନ୍ନତି କରିବା ତ ଦୂରେ ଥାଉ, କିପରି ସ୍କୁଲକୁ ଆସୁଥିବା ସରକାରୀ ଅନୁଦାନ କୁ ଜି. ମାରି ଖାଇବେ, ଏବେ ତା ଉପରେ ନଜର ପଡ଼ିଛି l ବାହାନଗା ବଜାର ଟି ଦୁଇ ପଂଚାୟତ ର ମିଶ୍ରଣ ସ୍ଥଳ l ଏହି ବଜାର ଟି ଏବେ ଦୂର୍ଦିନ ପରିସ୍ଥିତି ରେ ଗତି କରୁଛି l ଭଙ୍ଗା ଚାଳ ଘର, ଝୁମ୍ପୁଡ଼ି ଘର ଆଉ ଦଦରା କେବିନ ରେ ସଜା ହୋଇଛି ବାହାନଗା ବଜାର l ଆକାଶ ମାର୍ଗରୁ ଦେଖିବାକୁ ଗଲେ ସତେ ଯେପରି କୋଡିଏ ବର୍ଷ ତଳର ମାଳିସାହି ବସ୍ତି ପରି ନଜର ଆସୁଛି l ଗୋଡ଼ଟଣା ନୀତି ଲାଗି ବଜାର ଟି ଅସଜଡ଼ା ହୋଇ ପଡ଼ି ରହିଛି l ସରକାରୀ ସ୍ତରରୁ ବଜାର କୁ ସଜାଇବା ପାଇଁ ଅର୍ଥ ଆସିଲା, କିନ୍ତୁ କଙ୍କଡା ନୀତି ପାଇଁ ଅଧା ରହିଲା l ବାହାନଗା ରେ ସବୁଠାରୁ ବଡ଼ ସରକାରୀ କାର୍ଯ୍ୟାଳୟ ବ୍ଲକ ଅଫିସ ଟିଏ ରହିଛି l କୁଜିନେତା ଙ୍କ ମଧରେ ତାଳମେଳ ନ ଥିବାରୁ ବ୍ଲକ❣️ ପରିସରରେ ମଧ୍ୟ ଟଣା ଘୋଷରା ରାଜନୀତି ଚାଲିଛି l ଦୁଇ ପଂଚାୟତ ବାହାନଗା ଏବଂ ପଥରପେଣ୍ଠ ରେ ଉନ୍ନତି ମୂଳକ କାର୍ଯ୍ୟ ପୁରା ଠପ l ଗୋଟିଏ ଗୋଷ୍ଠୀ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଆଗଭର ହେଲେ, ଅନ୍ୟ ଗୋଷ୍ଠୀ ର ଚାପରେ ହୋଇ ପାରୁନି ଉନ୍ନତିମୂଳକ କାର୍ଯ୍ୟ l କଂଗ୍ରେସ ସମୟରେ ଏହି ଅଞ୍ଚଳ ର ଉନ୍ନତି କଥା ନ କହିବା ଭଲ, ବିଜେଡି ର ଦୀର୍ଘ ଚବିଶ ବର୍ଷ ଶାସନ କାଳରେ ଗୋଡ଼ଟଣା ନୀତି ପାଇଁ ହୋଇ ପାରିଲାନି ଉନ୍ନତି ମୂଳକ କାର୍ଯ୍ୟ l ଯାହା ବି ନୂତନ ସରକାରୀ କାର୍ଯ୍ୟାଳୟ ଖୋଲିଲା ସବୁ ବାହାନାଗା ଠାରୁ ସାତ କିଲୋମିଟର ଦୂର ଗୋପାଳପୁର ଠାରେ l ଏବେ ପୁଣି ବିଜେପି ର ପାଳି l ବିଜେପି ଅଂଚଳ ର ଉନ୍ନତି କଥା ଭାବୁଥିଲେ ସୁଧା କାର୍ଯ୍ୟକ୍ଷମ କରିବାକୁ ଦେଉ ନାହାନ୍ତି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଶେଷ l ବହୁ ବର୍ଷ ପୂର୍ବେ ତହସିଲ କାର୍ଯ୍ୟାଳୟ ଟିଏ ଖୋଲିବାକୁ ପ୍ରସ୍ତାବ ଆସିଥିଲା l ସେ ସମୟରେ ବି ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ଥିଲାଯେ, ଶେଷରେ ହାତ ମୁଠାରୁ ଯାଇ ଗୋପାଳପୁର ରେ ହେଲା, ପ୍ରାୟତଃ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ଗୋପାଳପୁର ରେ ହେଉଛି ଆଉ ଆଗକୁ ମଧ୍ୟ ହେବ, ତାର ପ୍ରକୃତ କାରଣ ଗୋଷ୍ଠୀ କନ୍ଦଳ l ଆସ୍ତେ ଆସ୍ତେ ନିସ୍ବ ହେବାକୁ ଯାଉଛି ବାହାନଗା ଅଞ୍ଚଳ l ସମସ୍ତ ସୁବିଧା ଥାଇ ବି ରାଜନେତା ଙ୍କ ଅସୁବିଧା ପାଇଁ ହୋଉ ପାରୁନି ଉନ୍ନତି l  ତେଣୁ ଆଗାମୀ ପିଢ଼ି ଚିନ୍ତା କରିବାର ସମୟ ଆସିଛି l ନିଜ ଅଂଚଳ ର ଉନ୍ନତି ପାଇଁ ଏହି ଭଙ୍ଗା କୁଜିନେତା ଙ୍କୁ ଛାଡି ନିଜେ ଆଗକୁ ଆସିବାର ସମୟ ଆସିଛି l ଅଂଚଳର ସ୍ୱାଭିମାନ ଏବଂ ନିଜର ହକ ପାଇଁ ଏକଜୁଟ ହୋଇ ସରକାର ଙ୍କ ଠାରୁ ନିଜର ହକ ଦାବୀ କରିବାର ସମୟ l ନ ହେଲେ ଏହି କୁଚକ୍ରୀ କୁଜିନେତା ଙ୍କ ଛତ୍ରଛାୟା ତଳେ କାମ କଲେ, ଦିନେନା ଦିନେ ବାହାନଗା ନିଜର ଅସ୍ତିତ୍ୱ ହରାଇବ, ଯାହା ଜଳଜଳ କରି ଦେଖାଯାଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS