BREAKING
Loading...
:

ବନ୍ଧୁତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ବନ୍ଧୁତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବନ୍ଧୁତା ଦିବସ ରବିବାର ପାଳନ ଅବସରରେ ଟୁରିଷ୍ଟ ଗାଇଡ କ୍ଲବର ସଭାପତି ସଂଜୟ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଖଣ୍ଡପଡ଼ା ବ୍ଲକର କିଆଝର ପଞ୍ଚାୟତ ଅଧିନ ପେଟାପଲୀ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମସ୍ତ ସଦସ୍ଯ  ମା ଙ୍କ ନାମରେ ସ୍ଥାନୀୟ ଅଞ୍ଚଳର କିଛି ଚାରାରୋପଣ କରିଥିଲେ।ଏ ଅବସରରେ ସୋମନାଥ ସାଇ ଟ୍ରଷ୍ଟ ଦ୍ବାରା ପରିଚାଳିତ ଗୋଶାଳାରେ ଗାଇଡମାନଙ୍କୁ ନେଇ ବନ୍ଧୁତ୍ବ ଦିବସ ପାଳନର ଗୁରୁତ୍ବ ସଂର୍ପକରେ ଆଲୋଚନା ହେବା ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କେନ୍ଦ୍ର ସରକାରଙ୍କ 'ଏକ ପେଡ ମା' କେ ନାମ ୨.୦ ଲକ୍ଷ୍ୟର ସଫଳତା ନେଇ ସମସ୍ତ ସଦସ୍ଯମାନେ ଶପଥ ନେଇଥିଲେ।   ରାଜ୍ୟର ବିଭିନ୍ନ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ବ୍ୟାପକ ଚାରାରୋପଣ ସହ ପରିବେଶ ଉପରେ ବୃକ୍ଷର ପ୍ରଭାବ ସଂର୍ପକରେ ଅନୁଷ୍ଠାନର ସଂପାଦକ ଲଳିତ ମୋହନ ପଣ୍ଡା ମତ ରଖିଥିଲେ।ବୃକ୍ଷରୋପଣ ଓ ବନ୍ଧୁମିଳନ କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ସଞ୍ଜୟ ଦାସ, ଅମିତ ସାହୁ, ନିରଂଜନ ମହାପାତ୍ର, ଧନେଶ୍ୱର ସାହୁ, ଅସିତ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS