ଶାଶୁ ଓ ସ୍ତ୍ରୀକୁ ହତ୍ୟାକରି ପୋତିଲା ଯୁବକ
ନୃଶଂସ ପାଲଟିଲା ସ୍ଵାମୀ ।ସ୍ତ୍ରୀ ଓ ଶାଶୁଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ପୋତିଲେ ଏବଂ ଲୋକଙ୍କ ନଜର ଏଡ଼ାଇବା ପାଇଁ ଉପରେ ଲଗେଇଲେ କଦଳୀ ଗଛ । ତେବେ ପୋଡ଼ିଶାଙ୍କ ସନ୍ଦେହରୁ ଏହି ସାଙ୍ଘାତିକ ଲୋମହର୍ଷଣକାରୀ ଘଟଣା ଉପରୁ ହଟିଥିଲା ପରଦା ।
ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି କୁଳିଅଣା ଥାନା ଅଧିନ ବଡ଼ ନୂଆଗାଁ ଗ୍ରାମରେ।
ସେହି ଗ୍ରାମର ଦେବାଶିଷ ପାତ୍ର କଣସି କାରଣ ପାଇଁ ନିଜ ସ୍ତ୍ରୀ ଓ ଶାଶୂ ଦୁଇ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଲେମ୍ବୁ ବାଡ଼ିରେ ଗାତ ଖୋଳି ପୋତି ଦେଇଥିଲା ଦୁଇ ମୃତ ଦେହକୁ।
ମାତ୍ର କିଛିଦିନ ଧରି ହତ୍ୟା କରିଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ବାଡ଼ିରେ ଗାତ ଖୋଳା ଯାଇଥିବାର ଦେଖି ସନ୍ଦେହ କରିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅନ୍ୟପଟେ ଏହି ନୃଶଂସ ହତ୍ୟା ଘଟଣା ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା ଜାରୀ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment