BREAKING
Loading...
:

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ

 ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ 



ବେଲଗୁଣ୍ଠା (ମଣିଭଦ୍ରା ଖବର) ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର କାଉନସିଲ୍ କମିଟିର ସମସ୍ତ ସଭ୍ୟଙ୍କୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ ମୂଳକ କାର୍ଯ୍ୟଉପରେ ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ  ଭତ୍ତା ବଣ୍ଟନ କରିଛନ୍ତି | ଏହା ସହିତ ଚଳିତ ବର୍ଷର ଆୟବ୍ୟୟ, ସ୍ୱାଧୀନତା ଦିବସ ପାଳନ ଓ ସଂlୟତ ଦିବସ ପାଳନ,ବିଦ୍ୟୁତ୍ ବିଭାଗ, ଶିକ୍ଷା ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନୁଯାୟୀ ସମସ୍ତ ପୋଖରୀର ଉନ୍ନତିକରଣ, ଇ- ଲାଇବ୍ରେରୀ, ପାର୍କ  ଆଶ୍ରୟସ୍ଥଳୀର ବିକାଶ ଉପରେ ଆଲୋଚନା ହୋଇଥିଲା I ବୈଠକରେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ନାରାୟଣ ସାହୁ ଉପସ୍ଥିତ ଥିବା ବେଳେ କାର୍ଯ୍ୟନିର୍ବାହି ଅଧିକାରୀ ବନମାଳୀ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ନଗରପାଳ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS