ଗଜପତି ଜିଲ୍ଲା ଓଷ୍ଟା ସଂଗଠନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।
ଗଜପତି (ମନୋଜ ପାଢୀ) ତା 13.07.25 ରିଖ ଶନିବାର ପୂର୍ବାହ୍ନ 11 ଘ ସମୟରେ ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାଳୟରେ ଗଜପତି ଜିଲ୍ଲା ଓଷ୍ଟା ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ଶ୍ରୀ ପି ମେନକା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି, ଶ୍ରୀ ଅଶୋକ ମହାପାତ୍ର, ଶ୍ରୀ ବିପ୍ର ଚରଣ ଚୌଧୁରୀ ସମ୍ମାନିତ ଅତିଥି ରୂପେ ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା ରାଜ୍ୟ ଇ ସି ସଦସ୍ୟ ଶ୍ରୀ ଲୋକନାଥ ନାହାକ ଜିଲ୍ଲା ସହ ସମ୍ପାଦକ ଶ୍ରୀ ସୁଶାନ୍ତ ଚୌଧୁରୀଙ୍କ ସମେତ ବିଭିନ୍ନ ବ୍ଲକର ସମ୍ପାଦକ, ସଭାପତି ଓ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ |ପ୍ରଦୀପ ପ୍ରଜ୍ବଳନ ପରେ ମଞ୍ଚାସିନ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା |ଏହି ବୈଠକରେ ମୁଖ୍ୟତଃ ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ରଞ୍ଜନ କୁମାର ଦାସ ଏହାର ସମାଧାନର ପନ୍ଥା ଓ ରାଜ୍ୟ ସ୍ତରର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ରାଜ୍ୟ କୋଷାଧକ୍ଷ ଶ୍ରୀ ଅଶୋକ ମହାପାତ୍ର ଗଜପତି ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆର୍ଥିକ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |5 T ବିଦ୍ୟାଳୟ ମାନଙ୍କର ରକ୍ଷଣା ବେକ୍ଷଣ ସମସ୍ୟା, 194 ବିଦ୍ୟାଳୟ ମାନଙ୍କର ସମସ୍ୟା, ପେନସନ ସମସ୍ୟା, ବୋର୍ଡର ପଞ୍ଜିକରଣ ସମସ୍ୟା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା | ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଆନ୍ଦୋଳନ ହିଁ ସର୍ବୋତ୍କୃଷ୍ଠ ପନ୍ଥା ବୋଲି ଅତିଥିବୃନ୍ଦ ମତ ସାବ୍ୟସ୍ତ କରିଥିଲେ | ଆଗାମୀ ଅଗଷ୍ଟ 9 ତାରିଖ କ୍ରାନ୍ତି ଦିବସ ଓ ଅଗଷ୍ଟ 16 ତାରିଖ ଦାବୀ ଦିବସକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ତୀବ୍ରତର କରିବା ସହ ଭୁବନେଶ୍ୱରରେ ବହୁ ମାତ୍ରାରେ ଯୋଗ ଦେଇ ଆନ୍ଦୋଳନକୁ ସଫଳ କରାଇବାକୁ ପରାମର୍ଶ ଦେଇଥିଲେ | ବୈଠକ ଶେଷରେ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ହିନ୍ଦୀ ଶିକ୍ଷକ ତଥା ଓଷ୍ଟା ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ସୁବାସ ଚନ୍ଦ୍ର ସାହୁଙ୍କୁ ତାଙ୍କ ଜୀବନବ୍ୟାପୀ ସାଧନା ଓ ଅବସର ଗ୍ରହଣ କରିବା ଅବସରରେ ମୁଖ୍ୟ ଅତିଥି ଓ ମଂଚାସୀନ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ |ମୋହନା ବ୍ଲକ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ଦାସ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ଗଜପତି
Post a Comment