BREAKING
Loading...
:

ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ୍

 ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ୍ 

ମହାତ୍ମା ଗାନ୍ଧି ଷ୍ଟାଡିୟମ୍, ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା 



ଗଞ୍ଜାମ ଜିଲ୍ଲା ସବ ଜୁନିଅର ବାଳକ ଓ ବାଳିକା ବକ୍ସିଂ ଦଳର ରାଉରକେଲା ଯାତ୍ରା  


ଆସନ୍ତା ୨6/୦୭/୨୦୨୫ ଓ ୨୭/୦୭/୨୦୨୫ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ବାଳକ ଓ ବାଳିକ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ଦଳ ଚୟନ ହୋଇସାରିଛି। ଏହି ଦଳ ରେ ଗଞ୍ଜାମ ଜିଲ୍ଳାର ୧୨ ଜଣ ବାଳକ ଓ ୮ ଜଣ ବାଳିକ ବକ୍ସର, କୋଚ୍, ମ୍ୟାନେଜର ଓ ରେଫରୀ ଜଜ୍ ଙ୍କୁ ମିଶାଇ ମୋଟ ୨୮ ଜଣିଆ ଦଳ ରାଉରକେଲା ଅଭିମୁଖେ ଆଜି ୨୫/୦୭/୨୦୨୫ ତାରିଖ ସନ୍ଧ୍ୟାରେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କଲେ ବୋଲି GDAA ର ବକ୍ସିଂ ସମ୍ପାଦକ K.ପ୍ରଭାକର ରାଓ  ଏଵଂ GDAA  ର ସଂପାଦକ J କାମେଶ୍ୱର ରାଓ ଜଣାଇଛନ୍ତି। ବାଳକ ବକ୍ସିଂ ଦଳରେ ୧.ସକେଂତ ଗୌଡ,  ୨.ବି ବାଳକୃଷ୍ଣ, ୩.ଜସବନୄ ସେଠି , ୪.ଜେ କେ ପଟନାୟକ , ୫. ଦେବାଶିଷ ପାତ୍ର, ୬.ଅର୍ମାନ୍ କୁମାରଦାସ,୭. ବେଦାମ୍ବର ବେହେରା, ୮.ଚିନ୍ମୟ ପ୍ରସାଦ ଜାନି, ୯ ନନ୍ଦନ ବିନ୍ଧାଣି,୧୦ ପ୍ରିୟାନସୁ ମଲ୍ଲିକ୍, ୧୧ ହୁଆଇ ଶିଭଜିତ୍,୧୨ ଅଭୟ ରାମ  ଦାସ୍ ଓ ବାଳିକା ଦଳରେ ୧ ଜେ ଏସ୍ ରାଓ,୨ ଏ ମହାପାତ୍ର,୩ ଅନୁଷ୍କା ନାୟକ,୪ ତୁଳସୀ ପାତ୍ର,୫ କେ ଏନ ରେଡ୍ଡୀ,୬ ଏ ଆର୍ ଦରା,୭ ଏସ୍ ଚାନ୍ଦିନି,୮ ଲିପ୍ସା ଗୌଡ,

କୋଚ୍ ମ୍ୟାନେଜର ଭାବେ S ସାଇ ପ୍ରତାପ, G ଯୋଗୀ ନନ୍ଦ, ଏ ରିତୁ ରାଓ,  ଏସ୍ ମୁରଲି, ବିପିନିମୁନା ଗୌଡ ଯାତ୍ରା କରୁଛନ୍ତି। ଏତତ୍ ସମେତ ପୂର୍ବତନ ବକ୍ସର ଏଵଂ ରାଜ୍ୟ ରେଫରି ଜଜ୍ ସିବରାମ ପାତ୍ର, ବୁଲୁ ପାତ୍ର,  ସୁମନ ଦାସ ତଥା ଅନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଶ୍ରୀ k ପ୍ରଭାକର ରାଓ,  ଶ୍ରୀ ଲଡୁ କିଶୋର ସାହୁ, ଶ୍ରୀ ବାବୁ ରାଓ,  ଅବିନାଶ ନାୟକ, ମୁନା , ସଞ୍ଜୀବ ସାହୁ, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS