ବାସୁଦେବ କୋଚିଂ ସେଣ୍ଟର ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର,୩୦ ୟୁନିଟ ରକ୍ତ ସଂଗ୍ରହ
ଗଣିଆ ୨୭/୦୭(ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମରେ ଥିବା ବାସୁଦେବ କୋଚିଂ ସେଣ୍ଟର ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜର ଆଲୋକ ପୁରୋହିତ, ବାସୁଦେବ କୋଚିଂ ସେଣ୍ଟର ପରିଚାଳକ କାମାକ୍ଷ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କୋଚିଂ ସେଣ୍ଟରରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ମୁଖ୍ୟ ଅତିଥି କୃତଜ୍ଞତା ଜ୍ଞାପନ କରିଥିଲେ । ନୟାଗଡ଼ ଜିଲ୍ଲାରେ ରକ୍ତର ଅଭାବ ଦେଖାଦେଇଥିବାରୁ ଏହିଭଳି ଶିବିର ମାନ ଆୟୋଜନ କରିବା ଆବଶ୍ୟକ ରହିଛି ବୋଲି ଡାକ୍ତର ପ୍ରକାଶ କରିଥିଲେ । ଆଜିର ଏହି ଶିବିରରୁ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ରଜତ କୁମାର ପଣ୍ଡା,କାଉନସେଲର ଅଜୟ କୁମାର ପଟ୍ଟନାୟକ,
କମଲେଶ ଦାସ, ଅମିୟ ମହାରଣା, ରଞ୍ଜିତା ସାଥୁଆ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment