ଡମପଡ଼ା-ଚନ୍ଦକା ବନବିଭାଗ ପକ୍ଷରୁ ୭୬ତମ ବନମହୋତ୍ସବ ପାଳିତ
ବାଙ୍କୀ,୧୦ା୭ (ମାନସ ରଞ୍ଜନ ସାହୁ): ଆଜି ଡମପଡ଼ା-ଚନ୍ଦକା ବନବିଭାଗ ପକ୍ଷରୁ ଡମପଡ଼ା ବ୍ଲକ କୁସୁନ୍ଦା ହାଇସ୍କୁଲ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡମପଡ଼ା ରେଞ୍ଜ ଅଫିସର ନିରଞ୍ଜନ ମହାପାତ୍ର ଉଦ୍ଘାଟନ କରି ବର୍ତ୍ତମାନ ସମୟରେ ବୃକ୍ଷରୋପଣ କରିବା ସମସ୍ତ ଜନସାଧାରଣଙ୍କ ପାଇଁ ଏକ ଆହ୍ୱାନ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ବିଭାଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଆନୁକୁଲ୍ୟରେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯାଇଛି । ଡମପଡ଼ା ଚନ୍ଦକା ବନବିଭାଗ ଦ୍ୱାରା ବହୁ ବୃକ୍ଷରୋପଣ କରାଯିବା ସହିତ ବହୁବ୍ୟକ୍ତିଙ୍କୁ ବୃକ୍ଷରୋପଣ ପାଇଁ ସଚେତନ କରାଯାଇଛି । ନିକଟସ୍ତ କୁସୁନ୍ଦା ହାଇସ୍କୁଲରେ ବିଭିନ୍ନ ପ୍ରଜାତିର ବୃକ୍ଷରାପଣ କରାଯାଇଛି । ପ୍ରକୃତି ଜଙ୍ଗଲ ପ୍ରେମୀ ପୂର୍ବତନ ଅବୈତନିକ ବନସଂରକ୍ଷକ ତଥା କୁସୁନ୍ଦା ହାଇସ୍କୁଲର ପରିଚାଳନା କମିଟିର ସଭାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବୃକ୍ଷକୁ ବୈଦିକ ନୀତିରେ ପୂଜାର୍ଚ୍ଚନା କରି ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡମପଡ଼ା ଫରେଷ୍ଟର ରାଜକୁମାର ସେଠୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରହଲାଦ ସାହୁ, ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ ମନୋରଞ୍ଜନ ମଲିକ୍ । ଶିକ୍ଷକ ସନ୍ତୋଷ କୁମାର ରାଉତ ପ୍ରଭୃତି ସହଯୋଗ କରିଥିଲେ । ଶିକ୍ଷକ ତଥା ପ୍ରକୃତିପ୍ରେମୀ ରଜତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment