BREAKING
Loading...
:

ଓଡିଶା ରାଜସ୍ବ ଅମଲା ସଂଘ ତରଫରୁ ରାଜସ୍ବ ଅମଲାମାନଙ୍କର କଳା ବ୍ଯାଚ ପରିଧାନ

 ଓଡିଶା ରାଜସ୍ବ ଅମଲା ସଂଘ ତରଫରୁ ରାଜସ୍ବ ଅମଲାମାନଙ୍କର କଳା ବ୍ଯାଚ ପରିଧାନ                   



   ରାଜସ୍ବ ଅମଲା ସଂଘ ର ନ୍ଯାର୍ଯ୍ଯଦାବି ଗୁଡିକୁ ପୂରଣ କରିବାରେ ରାଜ୍ଯ ସରକାରଙ୍କ ଟାଳୁନୀତି ଏବଂ ଅହୈତୁକ ବିଳମ୍ବ ହେତୁ ରାଜ୍ଯରେ କାର୍ଯ୍ଯରତ ସମସ୍ତ ରାଜସ୍ବ ଅମଲାମାନେ ସେମାନଙ୍କ ନ୍ଯାର୍ଯ୍ଯ ଅଧିକାରରୁ ବଞ୍ଚିତ ହେଉଛନ୍ତି l ଏହାକୁ ଦୁଷ୍ଟିରେ ରଖି କାର୍ଯ୍ଯରତ ସମସ୍ତ ଜିଲ୍ଲାସ୍ତରୀୟ ରାଜସ୍ବ ଅମଲା ୭ ଜୁଲାଇ ୨୦୨୫ ଠାରୁ ୧୧ ଜୁଲାଇ ୨୦୨୫ ରିଖ ପର୍ଯ୍ଯନ୍ତ କଳାବ୍ଯାଚ ପରିଧାନ କରି କାର୍ଯ୍ଯ କରିବେ l ଯଦି ଏହା ସତ୍ତେ ରାଜ୍ଯ ସରକାର ଦାବି ପୂରଣ ରେ ଅସଫଳ ହୁଅନ୍ତି, ତେବେ ରାଜ୍ଯରେ କାର୍ଯ୍ଯରତ ସମସ୍ତ ରାଜସ୍ବ ଅମଲା ୧୪ ଜୁଲାଇ ୨୦୨୫ ରିଖ ଠାରୁ ସମ୍ପୂର୍ଣ୍ଣ ଭାବେ ଦାବି ନ ପୂରଣ ହେବା ପର୍ଯ୍ଯନ୍ତ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ l ସେମାନଙ୍କ ଦଶଦଫା ଦାବୀ ଗୁଡିକ ହେଲା: ୧) ଜିଲ୍ଲାସ୍ତରରେ କାର୍ଯ୍ଯରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ଓ ଆର ଏସ୍ ପି ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ ୯ କୁ ବୁଦ୍ଧି କରାଯାଉ l ୨) ରାଜ୍ଯ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ଯା ୬୯୮ ତା ୦୬.୦୧.୨୦୨୪. ପତ୍ର ସଂଖ୍ଯା ୭୦୮ ତା ୦୬.୦୧.୨୦୨୪. ପତ୍ର ସଂଖ୍ଯା ୮୮୯ ତା ୧୫.୦୩.୨୦୨୪ ଅନୁଯାୟୀ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ଯ କୁ ଆଧାର କରି ନୂତନ ପଦବୀ ସୁଷ୍ଟି କରାଯିବା ସହିତ ପଦବୀ ପୁର୍ନଗଠନ  କରାଯାଉ l ୩) ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ଯା ୮୮୯୮ ତା ୧୫.୦୩.୨୦୨୪ ଅନୁଯାୟୀ ହୋଇଥିବା କନିଷ୍ଠ ରାଜସ୍ବ ଅମଲାମାନଙ୍କର ରେସିଡେନସି ପିରିୟଡ ୬ ବର୍ଷ ଯାଗାରେ ୪ ବର୍ଷ କପାଯାଉ l ୪) ବରିଷ୍ଠ ରାଜସ୍ବ ସହାୟକ ଏବଂ ଏ ଏସ୍ ଓ ପଦବୀକୁ  ଏକତ୍ରୀକରଣ କରାଯାଇ କେବଳ ଏ ଏସ୍ ଓ ରଖାଯାଇ ଏବଂ କନିଷ୍ଠ ରାଜସ୍ବ ସହାୟକ ରୁ ୪ ବର୍ଷ ରେସିଡେନସି ପରିୟଡ ରଖାଯାଇ ଏ ଏସ ଓ ପଦବୀକୁ ପଦୋନ୍ନତି ଦିଆଯାଉ l ୫) ରାଜ୍ଯରେ କାର୍ଯ୍ଯରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ସ୍ବାସ୍ଥ୍ଯ ବୀମା ଲାଗୁ କରାଯାଉ l ୬) ୨୦୨୦ ମସିହାରେ ଲାଗୁ କରାଯାଇ ଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଚେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇ ଥିବା ନିୟମାବଳୀ କୁ ପୁନଃ ପ୍ରଚଳନ କରାଯାଇ ମୁତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ସଦସ୍ଯସଦସ୍ଯା ଙ୍କୁ ଯୋଗ୍ଯତା ଭିତ୍ତିରେ ନିଯିକ୍ତି ପ୍ରଦାନ କରାଯାଉ l ୭) ଜିଲ୍ଲାସ୍ତରରେ କାର୍ଯ୍ଯରତ ରାଜସ୍ବ କର୍ମଚାରୀମାନଙ୍କୁ ଓଡିଶା ରାଜସ୍ବ ସେବା ପଦବୀରେ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ l ୮) ତହସିଲ କାର୍ଯ୍ଯାଳୟ ମାନଙ୍କରେ ବିଭିନ୍ନ ରାଜସ୍ବ ସମ୍ଭନ୍ଧୀୟ ମାମଲାକୁ ତ୍ବରାନ୍ବିତ କରାଯିବା ପାଇଁ ସେଠାରେ କାର୍ଯ୍ଯରତ ରାଜସ୍ବ ସହାୟକମାନଙ୍କୁ ଏଲଆରଏମଏସ୍ ୟୁଜର ଆଇଡି ପ୍ରଦାନ କରାଯାଉ l ୯) ରାଜସ୍ଯ ବିଭାଗରେ ସମସ୍ତ କାର୍ଯ୍ଯରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ରାଜସ୍ବ ସହାୟକ ମାନଙ୍କର ଦକ୍ଷତା ବୁଦ୍ଧି ପାଇଁ ପ୍ରବେଶକାଳିନ ତାଲିମ ପ୍ରଦାନ କରାଯାଉ l ଓ ୧୦) ନୂତନ ପେନସନ ଯୋଜନାକୁ ରଦ୍ଦକରି ସମସ୍ତ ସରକାରୀ କର୍ମଚାରୀମାନଙ୍କ ପୁରାତନ ପେନସନ ଅନ୍ତର୍ଭୁକ୍ତ କରାଯାଉ l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ  ରାଇରଙ୍ଗପୁର ତହସିଲ କାର୍ଯ୍ଯାଳୟ ରେ ରାଜସ୍ବ ସହାୟକମାନଙ୍କ ମଧ୍ଯରେ ବିଭାଗୀୟ ଅଧିକାରୀ ରଞ୍ଜିତ ରଜକ, ଏସଆରଏ ରଞ୍ଜନ ଧନପାଟ, ସିପିକା ମହାନ୍ତ, ଗଗନ ବିହାରୀ ନାଏକ, ଜେଆରଏ ଅଶ୍ବନୀ କୁମାର ଧେଉରୀ, ଅମ୍ବିକା ମାଝୀ, ତ୍ରିଲୋଚନ ମହାନ୍ତ ଓ  ସୁନିଲ ଶଙ୍କର ମହାନ୍ତ ପ୍ରମୁଖ ଥିବା ବେଳେ ଜାମଦା ତହସିଲ କାର୍ଯ୍ଯାଳୟ ରେ ଏସଆରଏ ଦେବଶ୍ରୀ ମଣ୍ଡଳ, ସୁଶାନ୍ତ କୁମାର ସି, ବାଲେ କିସ୍କୁ, ଜେଆରଏ ନାରାୟଣ ଗିରି, ହେମନ୍ତ କୁମାର ହେମ୍ବ୍ରମ, କେଶବ ମୁର୍ମୁ ଓ ଜଗନ୍ନାଥ ବାରିକ ପ୍ରମୁଖ ଥିଲେ l ସେହିପରି ଜାମଦା ବ୍ଲକରେ ଏସ୍ ଓ ବିଶ୍ବରାନ୍ତ କେଶରୀ ସିଂ, ଏସଆରଏ ନରେନ୍ଦ୍ର ମୁଣ୍ଡା, ସୁରେଶ ମାଝୀ, କ୍ଷୀରୋଦ ଚନ୍ଦ୍ର ଧଳ ଓ ଜେଆରଏ ଭରତ ବେହେରା ପ୍ରମୁଖ କଳାବ୍ଯାଚ ଧାରଣ  କରିଥିଲେ  ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS