*ବର୍ଷା ଦିନିଆ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର **
ବ୍ରହ୍ମପୁର( ମଣିଭଦ୍ରା ଖବର) ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆକ୍ଷି ଧାରା, କୃମି ଆଦି ରୋଗ ହେବ। ମାଛି ବସା ଖାଦ୍ୟ ଓ ଗୋଳିଆ ପାଣି ପିଇଲେ, ଅତିସାର, ପ୍ରବାହିକା, ଟାଇଫୋଏଡ ରୋଗ ହେବ। ମଶା କାମୁଡ଼ିଲେ ଶ୍ଳୀପଦ, ମ୍ୟାଲେରିଆ ହେବ।ଅନ୍ଧାରରେ ବୁଲିଲେ ବିଛା, ସର୍ପ କାମୁଡ଼ିବେ ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ କାରଣ ଠାରୁ ଦୁରେଇ ରୁହନ୍ତୁ , ଗରମ ପାଣି ଓ ଖାଦ୍ୟ ଖାଆନ୍ତୁ।ଅଦା, ତୁଲସୀ,ରସୁଣ ଓ ଗୁଳୁଚି ରସ ସେବନ କରନ୍ତୁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment