୨ୟ ଦିନରେ ପହଞ୍ଚିଲା ଖଣ୍ଡପଡ଼ା ଡ୍ରାଇଭର ସଂଘର ଗଣଧାରଣା
ଖଣ୍ଡପଡ଼ା ୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ରାଜ୍ୟ ଡ୍ରାଇଭର ସଂଘର ଆହ୍ଵାନକ୍ରମେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ବାଇପାସ ଛକରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଗଣଧାରଣା ବୁଧବାର ୨ ୟ ଦିନରେ ପହଞ୍ଚିଥିବା ଜଣାଯାଇଛି।୭ ଦଫା ଦାବି ପୁରଣ ନେଇ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଡ୍ରାଇଭର ସଂଘର ସଦସ୍ଯମାନେ ଦିନତମାମ ବାଇପାସ ରାସ୍ତା ପାର୍ଶ୍ବରେ ନାରାବାଜି କରିଥିଲେ।ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘର ସଭାପତି ରଜତ କୁମାର ଦାସଙ୍କ ନେତୃତ୍ବରେ ଖଣ୍ଡପଡ଼ା ବ୍ଲକ ଅଧିନ ୨୨ ଗୋଟି ପଞ୍ଚାୟତରୁ ଶହଶହ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିବା ଜଣାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଡ୍ରାଇଭରମାନଙ୍କ ସହ ଆଲୋଚନା କରିଥିବା ବେଳେ ସଂଘ ପକ୍ଷରୁ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ଶ୍ରୀଦାସଙ୍କ ଠାରୁ ପ୍ରକାଶ।ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଠପ ହୋଇଯାଇଥିବାରୁ ଜନସାଧାରଣ ଯାତାୟତ ନିମନ୍ତେ ବିଶେଷ ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment