ମହାନଗର ର ବିକାଶ ବାଟବଣା କିନ୍ତୁ କାର୍ଯ୍ୟାଳୟ ଓ ଆବାସ ମରାମତି ନାଁରେ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା
------------------------------------
ବ୍ରହ୍ମପୁର : ଆର୍ଥିକ ଦେବାଳିଆରେ ଗତି କରୁଥିବା ବ୍ରହ୍ମପୁର ମହାନଗର ନିଗମ l ବିକାଶରେ ସ୍ଥାଣୁତା ସୃଷ୍ଠି ହେଉଛି । ମହାନଗର ନିଗମ ରାଜ୍ୟ ସରକାର ଓ ଲୋକଙ୍କ ଟିକସରୁ ସହରର ବିକାଶ ପାଇଁ ଯେଉଁ ଧନରାଶି ପାଉଛି ,ତାକୁ ବ୍ରହ୍ମପୁର ବାସୀଙ୍କର ସ୍ବାର୍ଥ ପାଇଁ ତଥା ସହରର ଯାବତୀୟ ଉନ୍ନତି କରିବା ଦିଗରେ ଖର୍ଚ୍ଚ କରିବା ପରିବର୍ତ୍ତେ ମହାନଗର ନିଗମ ନିଜର କାର୍ଯ୍ୟଳୟ ଓ ବିଭାଗୀୟ କମିଶନରଙ୍କ ସରକାରୀ ବାସସ୍ଥାନକୁ ମରାମତି , ନବୀକରଣ ଓ ସୁନ୍ଦର କରିବା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବା ଦୁର୍ଭାଗ୍ୟର କଥା ବୋଲି ବିଜେପି ନେତା ତଥା ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଉଦ୍ ବେଗ ପ୍ରକାଶ କରିଛନ୍ତି ।
ସଦ୍ୟ ମିଳିଥିବା ସୂଚନା ଅଧିକାର ଆଇନ ବଳରେ ଶ୍ରୀ ପଣ୍ଡା ଜାଣିବାକୁ ଚାହିଁଥିଲେ ଯେ ବ୍ରହ୍ମପୁର ମହାନଗର ନିଗମ ନିଜର କାର୍ଯ୍ୟଳୟ ଓ କମିସନରଙ୍କ ସରକାରୀ ଆବାସରେ ଗତ ପାଞ୍ଚ ବର୍ଷ ମଧ୍ୟରେ ନବୀକରଣ ଓ ନୂତନ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ? ମହାନଗର ନିଗମ ତରଫରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ , ଉଭୟ ତଥା କମିସନରଙ୍କ ସରକାରୀ ବାସସ୍ଥାନ ଓ ମହାନଗର ନିଗମର ନୂତନ ନିର୍ମାଣ ,ମରାମତି ତଥା ଉଭୟ କୋଠାକୁ ସୁନ୍ଦର କରିବା ପାଇଁ ଗତ ପାଞ୍ଚ ବର୍ଷ ମଧ୍ୟରେ ୨ କୋଟି ୩୪ ଲକ୍ଷ ୨୨ ହଜାର ୨୬୦ ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ କମିସନରଙ୍କ ସରକାରୀ ବାସଭବନକୁ ସୁନ୍ଦର ଓ ମରାମତି କରିବା ପାଇଁ ଗତ ପାଞ୍ଚ ବର୍ଷରେ ୧୧ ଲକ୍ଷ ୮୯ ହଜାର ୯୮୦ ଟଙ୍କା ଟଙ୍କା ଖର୍ଚ୍ଚ କରାଯାଇଛି । ବାସଭବନରେ ଗୋଟିଏ AC ଲଗାଇବା ପାଇଁ ଏକ ଲକ୍ଷ ନଅ ହଜାର ନଅ ଶହ ଅସିଏ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ , କମିସନରଙ୍କ ସରକାରୀ ବାସଭବନ ମଧ୍ୟରେ ଥିବା ଖୋଲା ଜମିର ଉନ୍ନତି ପାଇଁ ଦୁଇ ଲକ୍ଷ ପଞ୍ଚଚାଳସି ହଜାର ପାଞ୍ଚ ଶହ ଟଙ୍କା ଖର୍ଚ୍ଚ କରାଯାଇଛି । ସେହି ପରି ମହାନଗର ନିଗମ ନିଜର କାର୍ଯ୍ୟାଳୟକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ସାଜସଜ୍ଜା ଓ ମରାମତି କରିବା ପାଇଁ ମୋଟ ୨ କୋଟି ୨୨ ଲକ୍ଷ ୩୨ ହଜାର ୨୮୦ ଟଙ୍କା ଖର୍ଚ୍ଚ କରିଛି । ସେଥି ମଧ୍ୟରୁ ନିଜର କାର୍ଯ୍ୟଳୟରେ କେବଳ ପାଇଖାନା ମରାମତି ପାଇଁ ପାଞ୍ଚ ଲକ୍ଷ ସତତିରସି ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ନୂଆଁ କନଫରେନ୍ସ ହଲ୍ ପାଇଁ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ମହାନଗର ନିଗମ ନିଜ କାର୍ଯ୍ୟାଳୟରେ କାଠ କାମ କରିବା ପାଇଁ ଚାରି ଲକ୍ଷ ଅନେଶ୍ଵତ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।
ବ୍ରହ୍ମପୁରବାସୀ ମହାନଗର ନିଗମ ଠାରୁ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଥିବା ବେଳେ , ସହରରେ ଅର୍ଥ ଅଭାବରୁ ହୁଗୁଲାପଟା ଠାରେ ନିର୍ମାଣଧିନ ଗୋ-ଶାଳା ଓ ଗୋଷାଣୀନୂଆଗାଁ ଆଡୁଆ ବନ୍ଧ ପାର୍କ ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହେଉନାହିଁ । ଏହି ପରୀପ୍ରେକ୍ଷୀରେ ସହରବାସୀଙ୍କ ଟିକସ ପଇସାକୁ ଆଖିବୁଜି ଖର୍ଚ୍ଚ କରିବା କେତେଦୂର ଯଥାର୍ଥ ବୋଲି ସହରର ଜଣାଶୁଣା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment