ଖଣ୍ଡପଡ଼ା ର ପ୍ଲାନେଟ୍ରୋୟମ ଓ କଣ୍ଟିଲୋ ୱାର୍କସେଡ ନିର୍ମାଣ କେବେ?
ଖଣ୍ଡପଡ଼ା ୩୦/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର
ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତ ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଖଣ୍ଡପଡ଼ା ଠାରେ ଏକ ପ୍ଲାନେଟ୍ରୋମ ପ୍ରତିଷ୍ଠା ସହ କଣ୍ଟିଲୋ ଙ୍କସା ପିତଳ କାରିଗରମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।୨ ଟି ନୂଆ ପ୍ରକଳ୍ପ ନିମନ୍ତେ ସରକାରଙ୍କ ଅନୁଦାନ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ର୍ବମାନ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇନଥିବା ସରକାରୀ ସୁତ୍ରରୁ ଜଣାପଡିଛି। ପ୍ଲାନେର୍ଟୋୟମ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଏବେ ବି ଖଣ୍ଡପଡ଼ା ତହସିଲ୍ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ନଥିବା ଜଣା ପଡ଼ିଛି। ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ସତ୍ତ୍ବେ ପ୍ରଶାସନିକ ଅଧିକାରୀଙ୍କ ଉଦାସିନତା ମନୋଭାବ ଯୋଗୁଁ ପ୍ଲାନେଟୋରିୟମ ନିର୍ମାଣକାର୍ଯ୍ୟ ହୋଇପାରୁନଥିବାରୁ ଅଞ୍ଚଳବାସି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ଆବଶ୍ୟକ ସରକାରି ଜାଗା ଅଭାବରୁ କଣ୍ଟିଲୋ ଠାରେ ଙ୍କସାପିତ୍ତଳ କାରିଗରୀ ନିମନ୍ତେ ୱାର୍କସେଡ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଉକ୍ତ ୨ ଟି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସରକାରଙ୍କ ଠାରେ ଖଣ୍ଡପଡା ଅଞ୍ଚଳ ବାସି ଓ ସଚେତନ ବୁଦ୍ଧିଜୀବୀ ଦାବି କରିଛନ୍ତି। ଅପରପକ୍ଷରେ ଖଣ୍ଡପଡ଼ା ଏନ୍ ଏ ସି ୧୩ ନଂ ୱାଡ଼ର୍ର ସ୍ଥିତ ପଠାଣି ସାମନ୍ତ ସଂଗ୍ରହାଳୟ ଟିର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ଦୃଷ୍ଟି ଦେବାକୁ ସହରର ବିଭିନ୍ନ ମହଲରୁ ଦାବୀ ହେଉଛି।
Post a Comment