ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା
ଗଣିଆ (ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗୋପବନ୍ଧୁ ଦାସଙ୍କର ୯୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ଯୋଗ ଦେଇଥିଲେ ।
ବିଚାରକ ଭାବେ ଅଧ୍ୟାପକ ଭଗବାନ ପୃଷ୍ଟି,ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନେ "ଗୋପବନ୍ଧୁଙ୍କ ସ୍ବପ୍ନର ଭାରତ" ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ସତ୍ୟଭାମା ସେନାପତି ଏବଂ ସଶ୍ମିତା ମଣ୍ଡଳ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗଣିଆ ସମାଜ ସମ୍ବାଦଦାତା ବ୍ରଜବନ୍ଧୁ ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
Post a Comment