ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଠିଆସାହି ଏବଂ ଓ୍ବାଲିପୁର ଠାରେ ଥିବା ବ୍ୟାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡା, ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରା, ଛାମୁଣ୍ଡିଆ ସରପଞ୍ଚ ଦୀପ୍ତିରେଖା ସେନାପତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ମଳୟ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ ସେ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ବନ୍ୟା, ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ ତାର ମକଡ୍ରିଲ କରିଥିଲେ ଅଗ୍ନିଶମ ଅଧିକାରୀ ଏବଂ କର୍ମଚାରୀ । ବନ୍ୟା ସମୟରେ କଚ୍ଚା ଘରେ ନରହି ପକ୍କାଘର,ଉଚ୍ଚା ସ୍ଥାନ କିମ୍ବା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ଅତିରିକ୍ତ ବିଡ଼ିଓ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ମାନେ ସତର୍କ ରହି ଜନସାଧାରଣଙ୍କୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଗଣିଆରେ ବନ୍ୟା ସମୟରେ ୫ଟି ପଞ୍ଚାୟତର ହଜାର ହଜାର ଲୋକ ପାଣି ଘେରରେ ରହୁଛନ୍ତି ।
ମଣିଭଦ୍ରା ଖବର, ଗଣିଆ
Post a Comment