ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ମା ସିତାଲାମା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ , ରେଖାଲଗୁଡ଼ା ଟିମ୍ ହେଲେ ବିଜୟୀ
ରାୟଗଡ଼ା (ମଣିଭଦ୍ରା ଖବର) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ନାଗାବଳୀ ୟୁଥ୍ କ୍ଳବ୍ ବୁଡ଼ାଗୁଡ଼ା ଙ୍କ ଦ୍ବାରା ଆୟୋଜିତ ମା ସିତାଲାମା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଉଛି ଏଥିରେ ମୋଟ ୩୬ ଟି ଟିମ୍ ମଧ୍ୟରେ ଖେଳ ହୋଇ ଥିବା ବେଳେ ଫାଇନାଲ ଖେଳ ଧାମୁଣିପଙ୍ଗା ଓ ରେଖାଲ ଗୁଡ଼ା ଟିମ୍ ମଧ୍ୟରେ ଖେଳ ହୋଇଥିଲା ଏଥିରେ ରେଖାଲଗୁଡ଼ା ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ମୋଟ ସାତ ୱିକେଟ ରେ ମୋଟ ୯୧ ରନ୍ କରିଥଲେ ଏହି ରନ୍ କୁ ପିଛା କରି ଧାମୁଣିପଙ୍ଗା ଟିମ୍ ମୋଟ ୩୦ ରନ୍ ରେ ଅଲ୍ ଆଉଟ୍ ହୋଇ ଯିବା ପରେ ରେଖାଲଗୁଡ଼ା ଟିମ୍ ବିଜୟୀ ଘୋଷଣା ହୋଇଥଲା। ଏହି ଖେଳରେ ସନ୍ତୋଷ ଗୌଡ଼ ଓ ସୌରଭ ଏମ୍ପ୍ୟାର୍ ଭାବେ ରହିଥିଲେ ଏଵଂ ମୁଖ୍ୟ ଅତିଥି ଭାବେ ବୁଡ଼ାଗୁଡ଼ା ଗ୍ରାମର ସମାଜସେବୀ ସିମାଞ୍ଚଳ ନାଡ଼ିମିଣ୍ଟି ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହି ବିଜେତା ଟିମ୍ ଏଵଂ ରନର ଟିମ୍ କୁ ଟ୍ରଫି ସହ ଅର୍ଥରାଶି ପୁରସ୍କାର ସହକାରେ ଦେଇ ଖେଳାଳୀଙ୍କୁ ଉଚ୍ସାହିତ କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଖେଳ ପ୍ରେମୀ ଙ୍କ ଭିଡ଼ ଜମିଥଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment