BREAKING
Loading...
:

ଆଶାକର୍ମୀଙ୍କ କାର୍ଯ୍ଯ କଳାପକୁ ନେଇ ଅସନ୍ତୋଷ

 ଆଶାକର୍ମୀଙ୍କ କାର୍ଯ୍ଯ କଳାପକୁ ନେଇ ଅସନ୍ତୋଷ


ଖଣ୍ଡପଡ଼ା ବ୍ଲକ ବନମାଳିପୁର ପଞ୍ଚାୟତରେ ଆୟୁଷ୍ମାନ କାର୍ଡ ନିମନ୍ତେ ଟଙ୍କା ଆଦାୟ କରାଯାଉଥିବା ବେଳେ ସରପଞ୍ଚ ପ୍ରତିବାଦ କରିବାରୁ ଆଶାକର୍ମୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ଅଭିଯୋଗ ଅନୁଯାୟୀ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରାଙ୍କୁ ଜଣେ ମହିଳା ହିତାଧିକାରୀ ଆୟୁଷ୍ମାନ କାର୍ଡ ପାଇଁ ଟଙ୍କା ଆଦାୟ କରାଯାଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ସରକାରୀ ଯୋଜନାରେ ଟଙ୍କା ଆଦାୟର କୌଣସି ବ୍ୟବସ୍ଥା ନଥିବା ନେଇ ସରପଞ୍ଚ ସୂଚନା ଦେବା ସହିତ ଟଙ୍କା ନ ଦେବାକୁ କହିଥିଲେ। ତେବେ ଗ୍ରାମରେ କାର୍ଯ୍ୟରତ ଆଶା କର୍ମୀ ରୂପମଞ୍ଜରୀ ସାହୁ ଏଥିରେ ଉତକ୍ଷିପ୍ତ ହୋଇପଡିବା ସହିତ ସରପଞ୍ଚ ଶ୍ରୀମତି ବେହେରାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଶ୍ରୀମତୀ ବେହେରା ସୂଚନା ପାଇବା ପରେ ଖଣ୍ଡପଡ଼ା ବିଡିଓ ଓ ଗୋଷ୍ଠୀ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ତେବେ ଘଟଣା ବାବଦରେ ସପୃକ୍ତ ଆଶାକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS