*ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସର୍ବଭାରତୀୟ ପ୍ରତିବାଦ*
*ଶ୍ରମ ସଂହିତା ବାତିଲ ଦାବିରେ ଇଫଟୁ ର ପ୍ରତିବାଦ*
ବ୍ରହ୍ମପୁର - କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କ ଦ୍ୱାରା ଦିଆଯାଇଥିବା ମଇ 20 ସର୍ବଭାରତୀୟ ବନ୍ଦ ଡାକରା ଦେଶରେ ଯୁଦ୍ଧ ପରିସ୍ଥିତି କୁ ଦେଖି ବାତିଲ କରାଯାଇଥିବା ବେଳେ ସର୍ବ ଭାରତୀୟ ଶ୍ରମିକ ସଂଗଠନ, ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନ୍ସ (ଇଫଟୁ) ଦ୍ୱାରା ଏହାକୁ ସର୍ବ ଭାରତୀୟ ଡାକରା କ୍ରମେ ପ୍ରତିବାଦ ଦିବସ ଭାବେ ପାଳନ କରାଯାଇଛି I ଏହି କ୍ରମ ରେ ଇଫଟୁ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି I କେନ୍ଦ୍ର ସରକାର ଙ୍କ ଶ୍ରମିକ ମାରଣ ନୀତି ସମୁହ କୁ ବିରୋଧ କରାଯିବା ସହ ଶ୍ରମିକ ବିରୋଧି ଶ୍ରମ ସଂହିତା କୁ ବାତିଲ କରି ପୂର୍ବ ଶ୍ରମ ଆଇନ ଗୁଡିକୁ ଲାଗୁ କରିବାକୁ ଦାବି ହୋଇଛି I ସ୍ଥାନୀୟ ଏମକେସିଜି ମେଡିକାଲ କ୍ୟାମ୍ପସ ପରିସର ରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମ ରେ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଯୋଗ ଦେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ୍ସ ମାନଙ୍କ ଦ୍ୱାରା 20 ମଇ ଭାରତ ବନ୍ଦ କାର୍ଯ୍ୟକ୍ରମ ବାତିଲ କୁ ବିରୋଦ୍ଧ କରିବା ସହିତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ମାଧ୍ୟମ ରେ ମୋଦି ସରକାର ଙ୍କ ନୀତି ଗୁଡିକୁ ସମାଲୋଚନା କରି ବିଭିନ୍ନ ନାରାବାଜି ଦିଆଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନ ରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଇଫଟୁ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ପରିଛା, ଉତ୍ତମ ନାୟକ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ବିଚିତ୍ର ସାହୁ, ନମିତା ନାୟକ, ଆଶୁତୋଷ ଘଡ଼ାଇ, ପୌର କର୍ମଚାରୀ ନେତା ରାହୁଲ ନାୟକ, ଟୁନା ରଥ,ସୁଜାତା ନାୟକ, ସୁରେନ୍ଦ୍ର ନାୟକ, ପ୍ରମୁଖ ନେତୃତ୍ୱ ନେଇଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment