ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ
ସମ୍ବଲପୁର (ମଣିଭଦ୍ରା ଖବର) ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ । ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଜଳ ରାସ୍ତା ଓ ଗୃହ ସମ୍ବଲପୁର ମଣ୍ଡଳଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି । କଲେଜ ହଷ୍ଟେଲ ନିର୍ମାଣ ବିଲ୍ ନଦେବାରୁ ମାମଲା ରୁଜୁ କରିଥିଲେ ଠିକାଦାର । ବରଗଡ ଟୁକୁର୍ଲା ପଲିଟେକନିକ କଲେଜର ଲେଡି ହଷ୍ଟେଲ ନିର୍ମାଣର ବିଲ୍ ନଦେବାରୁ ମାମଲା ରୁଜୁ କରୁଥିଲେ। ୨୦୧୧ରେ କାର୍ଯ୍ଯ ସରିଥିବାବେଳେ ୨୦୧୫ରେ ମାମଲା ରୁଜୁ କରିଥିଳେ। ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍ ନଦେବାରୁ ମାମଲା ହୋଇଥିଲା। ଏହି ମାମଲାରେ ନିର୍ମାଣ ଯନ୍ତ୍ରୀଙ୍କ ସଂପତ୍ତି ଆଟାଚ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment