ବିପଦର କାରଣ ପାଲଟିଛି ରାସ୍ତା ପାର୍ଶ୍ବ ଗର୍ତ୍ତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ାରୁ ପ୍ରଭୂ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର ମର୍ଦ୍ଦରାଜପୁର ଗ୍ରାମ ଠାରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗର୍ତ୍ତ ସମସ୍ତଙ୍କ ପାଇଁ ବିପଦର କାରଣ ପାଲଟିଥିବା ଜଣାପଡିଛି। ଉକ୍ତ ଗର୍ତ୍ତ ତଳେ ପାଇପ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ଏକ ଚାବି ପଏଣ୍ଟ ରହିଥିବା ଜଣାଯାଇଛି। ଉକ୍ତ ସ୍ଥାନରେ ଥିବା ଗର୍ତ୍ତ ଉପରେ ଏକଦା ସିମେଣ୍ଟ କଂକ୍ରିଟ ସ୍ଲାବଟିଏ ପକାଯାଇଥିଲା । ମାତ୍ର ସଦାସର୍ବଦା ଭାରିଯାନ ଚଳାଚଳ ଯୋଗୁଁ ସିମେଣ୍ଟ କଂକ୍ରିଟ ସ୍ଲାବଟି ଭାଙ୍ଗିଯିବା ପରେ ଏବେ ରାସ୍ତା ପାର୍ଶ୍ବରେ ଥିବା ଉକ୍ତ ଗର୍ତ୍ତଟି ବାଇକ ଆରୋହୀଙ୍କ ଠାରୁ ଆରମ୍ଭ କରି ଯାନବାହାନ ଚାଳକଙ୍କ ପାଇଁ ବିପଦର କାରଣ ପାଲଟିଛି। ତେଣୁ ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉକ୍ତ ଗର୍ତ୍ତ ପ୍ରତି ପ୍ରଶାସନ ଓ ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ମର୍ଦ୍ଦରାଜପୁର ଗ୍ରାମବାସୀ ଦାବି କରିଛନ୍ତି ।ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment