BREAKING
Loading...
:

ବଟି ମାଗିବା ଅଭିଯୋଗ ରେ ଫସିଲେ ଲକ୍ଷ୍ମୀପୁର ବିଧାୟକ

 କୋରାପୁଟରେ ବଟି ମାଗିବା ଅଭିଯୋଗ ରେ ଫସିଲେ ଲକ୍ଷ୍ମୀପୁର ବିଧାୟକ 

କୋରାପୁଟ (ମଣିଭଦ୍ରା ଖବର) ପ୍ରଥମ କରି ରାଜନୀତି ର ସ୍ଵାଦ ଚାଖିଥିବା ଓ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ବିଧାୟକ ସାଜିଥିବା ପବିତ୍ର ସାଉନ୍ତl ଏବେ ମଦ ବ୍ୟବସାୟୀ ଙ୍କୁ ବଟି ମାଗିବା ଅଭିଯୋଗ ରେ ଫସିଚନ୍ତି l ନିଜ ନିର୍ବାଚନ ମଣ୍ଡଳୀ ର ମଦ ବ୍ୟବସାୟୀ ନାରାୟଣ ବିଷୋୟୀ ଓ ସାଥି ଲକ୍ଷ୍ମିପୂର୍ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଥାନା ରେ ପବିତ୍ର ଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ କୋରପୁଟ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କର ଦ୍ବାରସ୍ଥ ବି ହୋଇଛନ୍ତି l 



ଅଭିଯୋଗ କୁ ବିଧାୟକ ଖଣ୍ଡନ କରୁଥିବା ବେଳେ ଲକ୍ଷ୍ମୀପୁରନିର୍ବାଚନ ମଣ୍ଡଳୀର ବିଜେପି  ନେତା ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଦୁଢ ନିନ୍ଦା କରିବା ସହ ଉଚ୍ଚତ୍ତର ତଦନ୍ତ ଦାବୀ କରିଛନ୍ତି l  ଏପରିକି ଦଳ ଭିଜିଲାନ୍ସ ତଦନ୍ତ ଦାବୀ କରିଛି l ଏହା ଜିଲ୍ଲା ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଥିଲା ବେଳେ ପ୍ରଶାସନ ର ପଦକ୍ଷେପ ଗ୍ରହଣ କୁ ଜିଲ୍ଲା ବାସୀ ଅପେକ୍ଷା କରିଥିବା ଜଣାପଡିଛି l ଏପରିକି ଏହାକୁ ନେଇ ରାଜନୀତିକ ଭାଷଣ ବାଜି ଆରମ୍ଭ ହୋଇଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS