*ଝିଅ ଘର ସମ୍ମୁଖରେ ମାଆକୁ ଛାଡ଼ି ଚାଲଗଲା ପୁଅ*
ସ୍ୱାମୀ ମୃତ୍ୟୁ ପରେ ମହିଳାଙ୍କ ଦୁଇ ପୁଅ ସମସ୍ତ ସମ୍ପତ୍ତି ଭାଗବାଣ୍ଟି ନେଇଗଲେ । ଜନ୍ମକଲା ମାଆକୁ ମଧ୍ୟ ଭାଗ ବାଣ୍ଟିଲେ । ମାଆକୁ ଦୁଇ ପୁଅ ରଖିବେ ବୋଲି ନିଷ୍ପତ୍ତି ନେଲେ । ଖଲିଙ୍ଗୀରେ ରହୁଥିବା ପୁଅ ଆଜି ଭୋରୁ ମାଆକୁ ନେଇ ଭଉଣୀ ଘର ସମ୍ମୁଖରେ ଛାଡିଦେଇ ଚାଲି ଯାଇଥିବା ଏହି ବୃଦ୍ଧା ମାଆ ଜଣକ ଅଭିଯୋଗ କରିଛନ୍ତି । ବୃଦ୍ଧା ମାଆ(ବୟସ୮୦-୮୫) ଜଣକ ଝିଅ ଘର କବାଟ ବାଡ଼ାଉଛି କିନ୍ତୁ ଝିଅ କବାଟ ଖୋଲୁନାହିଁ। ବୃଦ୍ଧା ମାଆର ଆଖିରୁ ଲୁହ ଝରୁଛି । ବର୍ତ୍ତମାନ ବୁଢ଼ୀମାଆ ଜଣକ ପଣ୍ଡା କଲୋନୀ ପ୍ରଥମ ଲାଇନରେ ରହୁଥିବା ଝିଅ ଘର ସମ୍ମୁଖରେ ବସି ଅଛି । ପୁଲିସ ଓ ପ୍ରଶାସନ ଏହି ବୃଦ୍ଧା ମାଆଙ୍କୁ ନ୍ୟାୟ ଦେବାକୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment