ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ାର ଠିକା ଦର ଜ୍ୟୋତିରଞ୍ଜନ ମିଶ୍ର ଙ୍କ ଠା ରୁ ବକେୟା ବିଲ୍ କରାଇ ଦେବା ପାଇଁ ୨୦ ହଜା ର ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଧ୍ୟା ରେ ଭୁବେଶ୍ୱରର ଭିଜିଲାନ୍ସ ଦଳ ଦ୍ବରା ଗୀରଫ୍ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଏବେ ଜେଲ୍ ରେ ଥିବା ଜଣା ପଡିଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ରହୁଥିବା ସରକାରୀ ବାସଭବନ ସମେତ ଏନ୍ ଏ ସି କାର୍ଯ୍ୟାଳୟ ପରିସ୍ଥିତି ତାଙ୍କ ପ୍ରକୋଷ୍ଠ କୁ ଭିଜିଲାନ୍ସ ଦଳ ସିଲ୍ କରିଦେବା ସହ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ପତ୍ର ଜବତ କରିଥିବା ଜଣାପଡିଛି। କାର୍ଯ୍ୟ ନିର୍ବାହ ଅଧିକାରୀ ଜଣକ ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟରେ ଯୋଗ ଦେବା ପରେ ଠାରୁ ବହୁତ ଦୃନିତି ରେ ଲିପ୍ତ ଥିବା ରୁ ନେଇ ଏବେ ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି। ସରକାର ଙ୍କ ନଗର ଉନ୍ନୟନ ବିଭାଗ ଖଣ୍ଡପଡ଼ା ସହରାଞ୍ଚଳ ର ପାରିପାର୍ଶ୍ବିକ ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ରେ ଖଣ୍ଡପଡ଼ା ଏନ୍ ଏ ସି କୁ କୋଟି କୋଟି ଟଙ୍କାର ମଞ୍ଜୁରୀ ହୋଇଥିଲା ବେଳେ ଏହି ଦୃନିତୀ ଗ୍ରସ୍ତ କାର୍ଯ୍ୟ ନିର୍ବାହ ଅଧିକାରୀ ଜଣକ ବିଭିନ୍ନ ଅସତ ଉପାୟ ଅବଲମ୍ବନ କରି ଅନୁଦାନ ଅର୍ଥ କୁ ଆତ୍ମସାତ କରିବାରେ ଲାଗିପଡିଥିଲେ ବୋଲି ଜଣାପଡିଛି। ଏନ୍ ଏ ସି କାର୍ଯ୍ୟାଳୟର କିଛି ତଳିଆ କର୍ମଚାରୀ କୁ ହାତବାରିସି କରି କାର୍ଯ୍ୟ ନିର୍ବାହ ଅଧିକାରୀ ଜଣକ ଏଠାରେ ମେରୀ ରାୟ ନୀତି ଚଳାଇଥିବା ବେଳେ କଥା କଥା ରେ ଏନ୍ ଏ ସି କର୍ମଚାରୀ ମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ରେ ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତା ଙ୍କୁ ଦୃବେବହାର ଦେଖାଇ ଆସୁଥିଲେ।ମୁକ୍ତା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କୁ ଏହି ହିନତା କାର୍ଯ୍ୟ ରେ ସହଯୋଗ ର ହାତ ବଢ଼ାଇ ଥିବା ଏନ୍ ଏ ସି କାର୍ଯ୍ୟାଳୟ ର କେତେକ ଦୃନୀତି ଗ୍ରସ୍ତ କର୍ମଚାରୀ ଙ୍କ ମନରେ ଏହି ଘଟଣା ପରେ ଛନକା ପଶିଯାଇଛି। କାର୍ଯ୍ୟ ନିର୍ବାହ ଅଧିକାରୀ ଜଣକ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଏନ୍ ଏ ସି କାର୍ଯ୍ୟାଳୟ ରେ ନିରବତା ଦେଖିବାକୁ ମିଳିଛି।ଆବାସ ଯୋଜନା ରେ ହିତାଧିକାରୀ ମନୋନୟନରେ ଦୃନୀତି କୁ ପ୍ରଶୟ ଦେବାପାଇଁ ଅଣ୍ଟାଭିଡିଥିବା କେତେକ ଦୃନୀତିଗ୍ରସ୍ତ ଦଲାଲ ଙ୍କ ସହ କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କ କିଭଳି ନିବିଡ଼ ସମ୍ପର୍କ ଥିଲା ତାକୁ ନେଇ ଚର୍ଚ୍ଚା ବିଷୟ ପାଲଟିଛି। ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟ ରେ କାର୍ଯ୍ୟ ରତ ଆଉ କେତେକ ଦୃନୀତିଗ୍ରସ୍ତ କର୍ମଚାରୀ ଙ୍କ କାର୍ଯ୍ୟକଳାପ ଙ୍କ ପ୍ରତି ବିଭାଗ ଉଚ୍ଚ କତୃପକ୍ଷ, ଜିଲ୍ଲା ପାଳ ଓ ସରକାର ଙ୍କ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment