BREAKING
Loading...
:

୧୪ ଯାଏଁ ତାତି ଓ ଗୁଳୁଗୁଳି : ଏହି ଜିଲ୍ଲାକୁ ହିଟ୍‌ ୱେଭ ଆର୍ଲଟ, ୧୫ରୁ କମିବ ତାପମାତ୍ରା.....

 *୧୪ ଯାଏଁ ତାତି ଓ ଗୁଳୁଗୁଳି : ଏହି ଜିଲ୍ଲାକୁ ହିଟ୍‌ ୱେଭ ଆର୍ଲଟ, ୧୫ରୁ କମିବ ତାପମାତ୍ରା.....*


ଭୁବନେଶ୍ୱର : ରାଜ୍ୟରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି କାରଣରୁ ଲୋକେ ସନ୍ତୁଳି ହେଉଥିବା ବେଳେ ଏହା ଆସନ୍ତା ୧୪ ତାରିଖ ଯାଏଁ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ ହିଟ୍‌ ୱେଭ ପରିସ୍ଥିତି ଅନୁଭୂତ ହେବ।ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ଅନୁଭୂତ ହେବ ବୋଲି ଜଣାପଡ଼ିଛି। ତେବେ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


ସୋମବାର ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲାରେ ହିଟ୍‌ ୱେଭ୍‌ ଚେତାବନୀ ଜାରି କରାଯାଇଥିବା ବେଳେ ରାଜ୍ୟର ୧୪ଟି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାରୁ ଲୋକେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ସର୍ବାଧିକ ପ୍ରଭାବ ଅନୁଭୂତ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୧୪ ତାରିଖ ପରେ ପାଗରେ ପରିବର୍ତ୍ତ ଆସିବ। ୧୫ ତାରିଖଠାରୁ ତାପମାତ୍ରା ହ୍ରାସ ପାଇବା ସହ କାଳବୈଶାଖୀର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS