BREAKING
Loading...
:

ବୈଦ୍ୟେଶ୍ୱରରେ ଉତ୍କଳ ଦିବସ ପାଳନ

 ବୈଦ୍ୟେଶ୍ୱରରେ ଉତ୍କଳ ଦିବସ ପାଳନ


ବାଙ୍କୀ(ମାନସ ରଞ୍ଜନ ସାହୁ ):ବାଙ୍କୀ ଉପଖଣ୍ଡସ୍ଥ ବୈଦେଶ୍ୱର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉତ୍କଳର ବରପୁତ୍ର ସାମ୍ବାଦିକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ବାସ ଭବନ ଓ ବୈଦେଶ୍ୱର ବିଦ୍ୟାରତ୍ନ ଛକ ରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତି ଚାରଣ କରାଯାଇଛି। ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ର ଆଦ୍ୟ ବିନ୍ଧାଣୀ ଥିଲେ ଓ ଜାତି ପାଇଁ ତାଙ୍କର୍ ତ୍ୟାଗ ଅତୁଳନୀୟ ରହିବ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ସର୍ବଶ୍ରୀ ବୈଦେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରଞ୍ଜନ ପଣ୍ଡା, ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର, କବି ରବି ନାରାୟଣ ମଙ୍ଗରାଜ, ଶିକ୍ଷାବିତ୍ ସୁରେଶ୍ଵର ବେହେରା, ସମାଜସେବୀ ଜୟ କୃଷ୍ଣ ସାହୁ ଧନେଶ୍ଵର ବଳିଆର ସିଂହ ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ ପ୍ରହରାଜ ପଦ୍ମ ଲାଭ ସାହୁ ବିଦ୍ୟାରତ୍ନ ଙ୍କ ନାତି ଅରୁଣ ମିଶ୍ର ଅଣ ନାତି ଅମ୍ଲାନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ସେହିପରି ବୈଦେଶ୍ୱର ର ବିଶିଷ୍ଟ ଶିକ୍ଷାବିତ ସମାଜସେବୀ ଉଚ୍ଚ ବିଦ୍ୟାଳୟ ମଧ୍ଯ ଇଂରାଜୀ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ଉଦୟନାଥ ଚୌଧୁରୀ ଙ୍କ 44 ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବୈଦେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସ୍ଵର୍ଗତ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଅତିଥି ମାନେ ସ୍ମୃତି ଚାରଣ କରିଥିଲେ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS