BREAKING
Loading...
:

ତୁବୁରସିଂ ଗ୍ରାମରେ ବଜ୍ରାଘାତ: ଜଣେ ଗୁରୁତର ଓ ଚାରି ଆହତ, ଆହତଙ୍କ ମଧ୍ୟରେ ଦୁଇ ଶିଶୁ

 ତୁବୁରସିଂ ଗ୍ରାମରେ ବଜ୍ରାଘାତ: ଜଣେ ଗୁରୁତର ଓ ଚାରି ଆହତ, ଆହତଙ୍କ ମଧ୍ୟରେ ଦୁଇ ଶିଶୁ 

ଗଜପତି(ମନୋଜ ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନଘା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ପ୍ରଭାକରେ ଖୁବ ଜୋରରେ ପ୍ରଂଚଣ୍ଡ ଶଦ୍ଦରେ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ବର୍ଷ ପୁଅ ଏବଂ ୪ ବର୍ଷର ଝିଅ । ଆହତମାନେ ହେଲେ ସଂଗୀତା ଯାନୀ(୧୫),ପୂଣ୍ଣବାସୀ ଯାନୀ (20), ସୁମିତ୍ରା ଯାନୀ(50) ଗିରିଧାର ଯାନୀ(୭) ରୀତିକା ରାଣୀ ଯାନୀ(4)। ଏହି ବ୍ୟକ୍ତିମାନେ ଘର ଭିତରେ  ଥିବ ସମୟରେ ଘର ପାଖରେ ଥିବା ଏକ ନଡିଆ ଗଛକୁ ପ୍ରଥମେ ବିଜୁଳି ମାରିଥିଲା । ସେହି ଗଛ ନିକଟରେ ଥିବା ଘରେ ଏହାର ଖୁବ ପ୍ରଭାବ ପଡିଥିଲା । ଯାହା ଫଳରେ ଘରେ ଲାଗିଥିବା ବିଦ୍ୟୁତ ବୋର୍ଡ ଏବଂ ମୋବାଇଲ ଭାଙ୍ଗି ଏହି ୫ଜଣଙ୍କୁ ବିଜୁଳି ଘଡଘଡିର ଶକ୍ତ ଝଟକା ମାରିଥିଲା । ସଙ୍ଗେ ସଙ୍ଗେତୁବୁରୁସିଂ ଗ୍ରାମ ରୁ ଏକ ଅଟୋ ଯେଗେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଡଃ. ବ୍ରଜରାଜ କର ଏବଂ ସଞ୍ଜୀବ ସିଂ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ବତ୍ତମାନ ସୁଧା ସବୁ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS