BREAKING
Loading...
:

ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

 ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

 


ଗଜପତି,୧୭ା୪(ମନୋଜ ପାଢୀ): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଋତୁରାଜ ଗମାଙ୍ଗଙ୍କ ଗତ ୧୪ ତାରିଖରେ ମୃତ୍ୟୁ ଘଟଣାକୁ ନେଇ ଜିଲା ଆଦିବାସୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଋତୁରାଜଙ୍କ ମୃତ୍ୟୁ ପ୍ରଶାସନିକ ଅବ୍ୟବସ୍ଥା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ହେଲା ବୋଲି ଅଭିଯୋଗ କରିଛି। ବୁଧବାର ଜିଲା ଆଦିବାସୀ ମହାସଂଘ ଗୁମ୍ମା ବ୍ଲକ ଶାଖା ସଭାପତି ଅଶ୍ୱିନ ଗମାଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଜିଲା ମଙ୍ଗଳ ଅଧିକାରୀ ସଲମାନ ରାଇକାଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟରେ ଦାବିଗୁଡିକ ପୂରଣ ନ ହେଲେ ଆଦିବାସୀ ମହାସଂଘ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ଦାବି ମଧ୍ୟରେ ଋତୁରାଜଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ସେଠାକାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ହଷ୍ଟେଲ ୱାର୍ଡନ ଓ ପିଆନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା, ମୃତ ଛାତ୍ରଙ୍କ ପରିବାରକୁ କ୍ଷତି ପୂରଣ ବାବଦରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ଲକ୍ଷ ଟଙ୍କା ଭରଣ ପୋଷଣ ପାଇଁ ପ୍ରଦାନ କରିବା, ଯୁଦ୍ଧ କାଳୀନ ଭିତ୍ତିରେ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ନୂତନ ପାଚେରୀ ନିର୍ମାଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଓ ଜିଲାପାଳ ନିଜେ ଘଟଣାର ତଦନ୍ତ କରିବା ଆଦି ରହିଛି। ଦାବିପତ୍ର ପ୍ରଦାନ ବେଳେ ଆଦିବାସୀ ମହାସଂଘ ସମ୍ପାଦକ ମସୁଲନ ରଇତ, ଫିଓଫିଲ ଗମାଙ୍ଗ ଓ ମହାସଂଘର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS