BREAKING
Loading...
:

କୋରାପୁଟ ରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ l

 କୋରାପୁଟ ରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ଉତ୍ସବ ପାଳିତ l

କୋରାପୁଟ (ମଣିଭଦ୍ରା ଖବର) ଆଜି ମୂଖ୍ୟ ବନ ଅଧିକାରୀ ଙ୍କର କାଯ୍ୟlଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଉତ୍ସବ ଦିବସ ଜିଲ୍ଲା ମୂଖ୍ୟ ବନ ଅଧିକାରୀ ଭାସ୍କର ରାଓ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

ଅନ୍ୟ ନିମନ୍ତ୍ରିତ ଅତିଥି ଭାବେ ଗୋପବନ୍ଧୁ ସେବାସମିତି ର ଅଧ୍ୟକ୍ଷ ତଥା ପ୍ରେସ କ୍ଳବର ସଭାପତି ଭବାନୀ ଶଙ୍କର ମିଶ୍ର ବରିଷ୍ଠ ସାମ୍ବାଦିକ ସିଏ ଚ ସlନ୍ତାକାର  ପରିବେଶବିତ ରାମ ସାହୁ ଜୟପୁର ବନ ଖଣ୍ଡ ଅଧିକାରୀ ପ୍ରତାପ ବେହେରା ଯୋଗଦେଇ ଆଜିର ଦିବସ ର ତାପଯ୍ୟ ଉପରେ ଆଲୋକପାତ କରିଥିବା ବେଳେ ପଶୁପକ୍ଷୀ ଙ୍କର ସୁରକ୍ଷା ଉପରେ ବି ଧ୍ୟାନ୍ୟ ଦେବାକୁ ଵକ୍ତା ମାନେ ପରାମର୍ଶ ଦେଇଥିଲେ କେବଳ ସେତିକି ନୁହଁ ଜଙ୍ଗଲ ଜାତୀୟ ଖାଦ୍ୟ ର ଉନ୍ନତି କରଣ ଓ ତାର ସୁରକ୍ଷା ଉପରେ ଧ୍ୟାନ୍ୟ ଦେବାକୁ ଵକ୍ତା ମାନେ ନିଜ ମନ୍ତବ୍ୟ ରେ କହିଥିଲେ l ଏଥିରେ ଜିଲ୍ଲାର ବିଭିନ୍ନ ରେଞ୍ଜର ଅଧିକାରୀ କର୍ମଚାରୀ ଜଙ୍ଗଲ ସୁରକ୍ଷା ଟିମ ଏହି କାଯ୍ୟକ୍ରମ ରେ ସାମିଲ ହୋଇଥିଲେ l

ଏ ଉପଲକ୍ଷେ ଜିଲ୍ଲା ରେ କିପରି ବନୀ କରଣ ଉପରେ ଏକ ପ୍ରାମାଣିକ ଚିତ୍ର  ଦେଖାଯାଇଥିଲା ସହ ଏହି ଜଙ୍ଗଲ ର ସୁରକ୍ଷା ପାଇଁ କାଯ୍ୟ କରିଥିବା  ବନ ଅଧିବାସୀ ଙ୍କୁ ଏ ଉପଲକ୍ଷେ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS