ରଘୁନାଥ ପୁରୁ(କ) ବିଦ୍ୟାଳୟ ର ର୍ବାଷିକ ଉତ୍ସବ ପାଳନ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ଗୁଣ୍ଠୁଣି ପଞ୍ଚାୟତ ଅଧୀନ ରଘୁନାଥ ପୁରୁ (କ) ବିଦ୍ୟାଳୟ ର ର୍ବାଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନଶିକ୍ଷକ ଦୀନବନ୍ଧୁ ସାହୁ ଙ୍କ ପୈାରହିତରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ସୁଲେଖକ ଗୋପୀନାଥ ପ୍ରଧାନ ଯୋଗଦେଇ ଥିଲେ। ମୂଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ର କୁମାର ମଲ୍ଲ ଓ ସମ୍ମାନନୀୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଭରତ ପରିଡ଼ା, ସମାଜସେବୀ ରବିନ୍ଦ୍ର କୁମାର ପ୍ରଧାନ, ସାମ୍ବାଦିକ ଭବାନୀଶଙ୍କର ସିଂସାମନ୍ତ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ର ଭବିଷ୍ୟତ ଗଠନରେ ବିଦ୍ୟାଳୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ ସମ୍ବନ୍ଧିତ କରିଥିଲେ। ସହକାରୀ ଶିକ୍ଷକ ନକୁଳ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥଲେ। ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟ କ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟାଙ୍କ ସମେତ ଅଭିଭାବକମାନେ ଯୋଗଦେଇ ସଭାକୁ ସଫଳ ହୋଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment